Latest Odisha News

ଟ୍ରକ୍‌ରେ ଲାଗିଲା ନିଆଁ, ଡ୍ରାଇଭର ସୁରକ୍ଷିତ

କୋରାପୁଟ: ଟ୍ରକ ଭିତରେ ରୋଷେଇ କରୁଥିବା ବେଳେ ଟ୍ରକ୍‌ରେ ଲାଗିଲା ନିଆଁ। ଡ୍ରାଇଭର ସୁରକ୍ଷିତ। କୋରାପୁଟ ଜିଲ୍ଲା କୋଟପାଡ଼ ମହାବିଦ୍ୟାଳୟ ନିକଟସ୍ଥ ଜାତୀୟ ରାଜପଥ ୬୩ ପାର୍ଶ୍ୱ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ୍‌ରେ କୌଣସି କାରଣ ବଶତଃ ନିଆଁ ଲାଗି ଯାଇଥିଲା। ଟ୍ରକ୍‌ ଭିତରେ ଡ୍ରାଇଭର ଏକ ଗ୍ୟାସ୍‌ ଚୁଲାରେ ରୋଷେଇ କରୁଥିବା ସମୟରେ ହଠାତ୍‌ ନିଆଁ ଲାଗିଯିବାରୁ ଡ୍ରାଇଭର ଗାଡ଼ିରୁ ଡେଇଁ ପଡ଼ିଥିଲେ।

ଉକ୍ତ ରାସ୍ତା ଦେଇ ଯାତାୟାତ କରୁଥିବା ଯାତ୍ରୀ ତୁରନ୍ତ କୋଟପାଡ଼ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଟ୍ରକ୍‌ଟି ୫୦ ପ୍ରତିଶତ ପୋଡ଼ିଯାଇଥିଲା। ପୋଡ଼ା ଟ୍ରକ୍‌ ମଧ୍ୟରୁ ଏକ ୧୫ କେଜି ଗ୍ୟାସ୍‌ ଟାଙ୍କି ଉଦ୍ଧାର କରାଯାଇଛି। ଘଟଣାସ୍ଥଳକୁ ପୋଲିସ ପହଞ୍ଚି ତଦନ୍ତ କରୁଥିବାର ଜଣାପଡ଼ିଛି।

Comments are closed.