Latest Odisha News

ପାତ୍ରପଡ଼ାରେ ଗୋରୁ ବୋଝେଇ ଗାଡ଼ି ଜବତ: ଘଟଣାସ୍ଥଳରୁ ଡ୍ରାଇଭର ଫେରାର

ଭୁବନେଶ୍ୱର: ରାଜଧାନୀ ରାସ୍ତାରେ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ। ପାତ୍ରପଡ଼ା ଭି-ଟୁ ସାମ୍ନାରୁ ଗୋରୁ ଗାଡି ଜବତ କରିଛନ୍ତି ଗୋ ସେବକ। ଗୋ ସେବକ ଗାଡ଼ିକୁ ଗୋଡେଇବାରୁ ଗାଡି ଛାଡ଼ି ଚାଳକ ଫେରାର ହୋଇଛନ୍ତି। ଗାଡ଼ିରେ ୧୩ରୁ ଉର୍ଦ୍ଧ୍ବ ଗୋରୁ ଥିବା ଜଣାପଡ଼ିଛି।

ସୂଚନା ମୁତାବକ, ପାତ୍ରପଡ଼ା ନିଟକରେ ଏକ ପିକଅପ୍‌ ଭ୍ୟାନ୍‌ରେ ଅତି ଅମାନୁଷିକ ଭାବେ ଗୋରୁ ଭର୍ତ୍ତି କରି ଚାଲାଣ କରାଯାଉଥିଲା। ଏନେଇ ଖବର ପାଇ ଉକ୍ତ ଭ୍ୟାନ୍‌କୁ ଗୋଡେଇ ଗୋଡେଇ ଅଟକାଇ ଥିଲେ ଗୋ ସେବକ। ଗୋ ସେବକଙ୍କୁ ଦେଖି ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଥିଲା।

ଗୋ ସେବକ ମାନେ ଏହି ଘଟଣା ସମ୍ପର୍କରେ ପୋଲିକୁ ଖବର ଦେଇଥିଲେ। ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି। ଘଟଣାସ୍ଥଳରେ ପହଞ୍ଚିବା ପରେ ଉକ୍ତ ଗାଡ଼ିକୁ ପୋଲିସ ଜିମା ଦେଲେ ଗୋ ସେବକ। ଉକ୍ତ ଗାଡ଼ିରୁ ୧୩ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର କରାଯାଇଛି।

Comments are closed.