Latest Odisha News

BREAKING NEWS

ବସକୁ ଧକ୍କା ଦେଇ ଫେରାର ହେଲା ଟ୍ରକ୍, ୨୮ ଯବାନ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡା ତଡୁଆବାହାଳ ନିକଟରେ ଦୁର୍ଘଟଣା । OISF ଯବାନଙ୍କୁ ନେଇ ଯାଉଥିବା ବସକୁ ଧକ୍କା ଦେଲା ଟ୍ରକ । ୨୮ଆହତ ଯବାନଙ୍କ ମଧ୍ୟରୁ ୧୦ଜଣ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ଚମ୍ପୁଆ ଡାକ୍ତର ଖାନା ଓ ବାସୁଦେବପୁର ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ତଡୁଆବାହାଳ ନିକଟରେ ଏନଏଚ୍-୫୨୦ରେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ( OISF)ଯବାନଙ୍କୁ ନେଇ ଗୁଆଲିରୁ ଘଟଗାଁ ଯାଉଥିବା ଏକ ବସକୁ ପଛରୁ ଧକ୍କା ଦେଇ ଫେରାର ହେଲା ଟ୍ରକ୍। ଭାରସାମ୍ୟ ହରାଇ ବସଟି ଆଗରେ ଯାଉଥିବା ଅନ୍ୟ ଏକ ଟ୍ରକ ପଛରେ ପିଟି ହେବାରୁ ଗାଡ଼ିରେ ବସିଥିବା ସମସ୍ତ ପୁଲିସ କର୍ମଚାରୀ ଆହତ ହେଇଛନ୍ତି।

ଆହତମାନଙ୍କୁ ଚମ୍ପୁଆ ଡାକ୍ତରଖାନା ଓ ବାସୁଦେବପୁର ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ୨୮ ଜଣ ପୁଲିସ୍ କର୍ମଚାରୀଙ୍କୁ ନେଇ ବସଟି ଘଟଗାଁ ସ୍ଥିତ ଆନୁଆଲ କୋର୍ସ ଫାୟାରିଙ୍ଗ ପରୀକ୍ଷା କେନ୍ଦ୍ରକୁ ଯାଉଥିବା ବେଳେ ଘଟିଛି ଘଟଣା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଧରିବାକୁ ଚେଷ୍ଟା ଚଳାଇ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.