Latest Odisha News

BREAKING NEWS

ରସୁଲଗଡ଼ ଓଭରବ୍ରିଜ ଉପରେ ପିସିଆର ଗାଡ଼ିକୁ ଧକ୍କା ଦେଲା ଟ୍ରକ୍

ଭୁବନେଶ୍ୱର: ରସୁଲଗଡ଼ ଓଭରବ୍ରିଜ୍ ଉପରେ ସଡ଼କ ଦୁର୍ଘଟଣା  । ପିସିଆର ଗାଡ଼ିକୁ ପଛ ପଟୁ ଧକା ଦେଲା ଏକ ମାଲ ବୋଝେଇ ଟ୍ରକ୍ । ଦୁର୍ଘଟଣାରେ ୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି  । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଆଉ ୫ ଜଣ । ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଛି ।

ପିସିଆର ଗାଡ଼ିକୁ ପଛ ପଟୁ ଧକ୍କା ଦେଇ ସେଠାରେ ପଳାଇଥିଲା ଟ୍ରକ୍ । ଅନ୍ୟ ଏକ ପିସିଆର ଟିମ୍ ପିଛା କରିଥିଲା । ପାହାଳ ନିକଟରୁ ଟ୍ରକକୁ ଜବତ କରାଯାଇଛି । ଘଟଣାସ୍ଥଳରୁ ଗାଡି ଡ୍ରାଇଭର ଓ ହେଲଫର ଫେରାର ହୋଇଯାଇଛନ୍ତି । ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଛି ।

Leave A Reply

Your email address will not be published.