Latest Odisha News

BREAKING NEWS

ଦୁର୍ଘଟଣାରୁ ବର୍ତ୍ତିଲେ ସମ୍ୱଲପୁର ସାସଂଦ, ନୀତେଶ ଗଙ୍ଗଦେବଙ୍କ କାରକୁ ଧକ୍କା ଦେଲା ଟ୍ରକ୍

ଦେବଗଡ଼: ଦୁର୍ଘଟଣାରୁ ବର୍ତ୍ତିଗଲେ ସମ୍ୱଲପୁର ସାଂସଦ ନୀତେଶ ଗଙ୍ଗଦେବ । ତାଙ୍କ କାରକୁ ଏକ ଟ୍ରକ ଧକ୍କା ଦେଇଛି । ଗତକାଲି ବିଳମ୍ବିତ ରାତିରେ ଦେବଗଡ଼ ଥାନା NH-୪୯ର କୁରଡ଼ ନିକଟରେ ଦୁର୍ଘଟଣା ଘଟିଛି ।

ସାଂସଦଙ୍କ କାରକୁ ପଛ ପଟୁ ଟ୍ରକ୍ ଧକ୍କା ଦେଇଥିଲା । ତେବେ ଏଥିରେ ସାଂସଦ ନୀତେଶ ଗଙ୍ଗଦେବଙ୍କର କୌଣସି କ୍ଷତି ହୋଇ ନାହିଁ । ସେତେବେଳେ ସେ କାର ଭିତରେ ଥିଲେ । କାର୍ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଟ୍ରକ ଡ୍ରାଇଭରକୁ ଅଟକ ରଖିଛି ।

Leave A Reply

Your email address will not be published.