Latest Odisha News

BREAKING NEWS

ଗୁନ ସିଂହାରୀ ହତ୍ୟା ମାମଲା: ପୁରୀର କୁଖ୍ୟାତ ଅପରାଧୀ ମାଧବ ଖୁଣ୍ଟିଆ ଗିରଫ

ପୁରୀ: ଆଠ ବର୍ଷ ପୂର୍ବେ ପୁରୀରେ ଘଟିଥିବା ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟା ମାମଲାରେ ଜଣାଶୁଣା ଅପରାଧୀ ମାଧବ ଖୁଣ୍ଟିଆ ଗିରଫ । ତାଙ୍କୁ ଗିରଫ କରିଛି ପୁରୀ ଟାଉନ ଥାନା ପୋଲିସ । ୨୦୧୨ ମସିହା ଅଗଷ୍ଟ ୨୨ ତାରିଖରେ ଶ୍ରୀମନ୍ଦିର ସେବାୟତ ଗୁନଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।

ପୂର୍ବରୁ ହତ୍ୟାକାଣ୍ଡରେ ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ମାଧବ ଖୁଣ୍ଟିଆଙ୍କ ଗିରଫ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଥିଲେ । କୋର୍ଟଙ୍କ ରହିତାଦେଶ ତାରିଖ ସରିବା ପରେ ମାଧବ ନାମରେ ଜାମିନବିହୀନ ଗିରଫ ଫରୱନା ଜାରି କରାଯାଇଥିଲା । ଗିରଫ ପରେ ତାକୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.