କୋରାପୁଟ:ଅଳ୍ପକେ ଟଳିଯାଇଛି। ବଡ଼ ଧରଣର ଅଘଟଣ । କୋରାପୁଟ ୨୬ ନମ୍ବର ଜାତୀୟ ରାଜପଥରେ ଥିବା ସହର ପ୍ରବେଶ ପଥରେ ଆଜି ଘଟିଛି ଏକ ଭୟାବହ ଦୁର୍ଘଟଣା । ଟ୍ରକ ବ୍ରେକ୍ ଫେଲ ହୋଇ କୋରାପୁଟ ସହର ସର୍କିଟ ହାଉସ ତଳୁଆ ଅଞ୍ଚଳ ଏଚଡିଏଫସି ବ୍ୟାଙ୍କ ଥିବା ଏକ ମାର୍କେଟ କମ୍ପ୍ଳୋକ୍ସ ଗ୍ରାଉଣ୍ଡ ଫ୍ଲୋର ଭିତରକୁ ପଶିଗଲା। ୮ରୁ ଅଧିକ ବାଇକ୍ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି ଓ କୌଣସି ମୃତାହତ ସୂଚନା ନାହିଁ ।
ଆଜି ସଂଧ୍ୟା ପ୍ରାୟ ୫ଟା ୨୫ରେ ଏକ ଟ୍ରକ୍ (ସିଜି ୦୪ ଏମଜେ ୫୪୪୩) ଛତିଶଗଡ଼ର ରାୟପୁରରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଅଭମୁଖେ ଯାଉଥିବା ସମୟରେ ଦୁର୍ଘଟଣାର ସାମ୍ନା କରିଥିଲା। ଜରି ବୋଝେଇ ଟ୍ରକ୍ ହଠାତ୍ ବ୍ରେକ୍ ଫେଲ୍ ହୋଇ ନିୟନ୍ତ୍ରଣ ହରାଇଥିଲା । ଫଳରେ ଟ୍ରକ୍ଟି ଦ୍ରୁତ ଗତିରେ ଆସି ରାସ୍ତା କଡ଼ରେ ପାର୍କିଂ ହୋଇଥିବା ବାଇକ୍ଗୁଡ଼ିକ ଉପରେ ଚଢ଼ିଯାଇ ଏକ ମାର୍କେଟ କମ୍ପ୍ଳୋକ୍ସ ଗ୍ରାଉଣ୍ଡ ଫ୍ଲୋର ଭିତରକୁ ପଶିଗଲା।
ଟାଉନ୍ ଥାନା ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

Comments are closed.