Latest Odisha News

BREAKING NEWS

କୋରାପୁଟ: ଶୋଇଥିବାବେଳେ ଘର ଉପରେ ମାଡିଗଲା ଟ୍ରକ୍, ୩ ମୃତ

ଜୟପୁର : କୋରାପୁଟ ଜିଲ୍ଲା ସୁନାବେଡା ଥାନା ଅନ୍ତର୍ଗତ ଭେଜାପୁଟ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଘର ଉପରକୁ ବାଲି ବୋଝେଇ ଟ୍ରକ୍ ମାଡିଯିବାରୁ ୩ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ଏହି ଦୁର୍ଘଟଣା ସକାଳ ପାଖାପାଖି ୧ଟା ୪୫ମି.ରୁ ୨ଟା ମଧ୍ୟରେ ହୋଇଥିବା ନେଇ ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ କୌଣସି କାରଣବଶତଃ ଡ୍ରାଇଭର ଜଣଙ୍କ ଗାଡିର ନିୟନ୍ତ୍ରଣ ହରାଇବାରୁ ଏଭଳି ଅଘଟଣ ଘଟିଛି । ଏଥିସହିତ ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

ମୃତକଙ୍କ ମଧ୍ୟରେ ଆନନ୍ଦ ଖୋସଲା, ତାଙ୍କ ପତ୍ନୀ ପଦ୍ମା ଓ ତାଙ୍କ ୮ ବର୍ଷୀୟ ଝିଅ ଜୋସ୍ନାରାଣୀ ବୋଲି ଜଣାପଡିଛି । ଅପରପକ୍ଷରେ ସୌଭାଗ୍ୟବଶତଃ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିôବା ତାଙ୍କର ନାବାଳକ ପୁଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି ।

ତେବେ ଟ୍ରକକୁ ଜବତ କରିବା ସହ ଚାଳକଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.