Latest Odisha News

ଆଜି ନୀତି ଆୟୋଗ ବୈଠକ, ଯୋଗ ଦେବେ ନାହିଁ ମମତା ଓ କେ ଚନ୍ଦ୍ରଶେଖର ରାଓ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଭବନରେ ଶନିବାର ଦିନ ଆୟୋଜିତ ନୀତି ଆୟୋଗର ୫ମ ସାଧାରଣ ପରିଷଦ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ପ୍ରମୁଖ ଯୋଗଦେବେ ନାହିଁ ବୋଲି ଜଣାପଡିଛି ।

ଏନଡିଟିଭି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପଶ୍ଚିମବଙ୍ଗରେ ବିଜେପି ଓ ଟିମଏସି ମଧ୍ୟରେ ରାଜନୈତିକ ତିକ୍ତତା ଲାଗି ରହିଥିବାବେଳେ ଏହି ପରିପ୍ରେକ୍ଷୀରେ ରାଜ୍ୟଗୁଡିକୁ ସାହାର୍ଯ୍ୟ ତଥା ସହାୟତା କରିବା ପାଇଁ ନୀତି ଆୟୋଗ ନିକଟରେ ଆର୍ଥନୈତିକ କ୍ଷମତା ନାହିଁ । ତେଣୁ ଏହି ବୈଠକରେ ଯୋଗଦେଲେ କିଛି ଲାଭ ହେବ ନାହିଁ ମମତା ପ୍ରକାଶ କରିଛନ୍ତି ।

ସେହିପରି କେ. ଚନ୍ଦ୍ରଶେଖର ରାଓ ଏହି ବୈଠକରେ ସାମିଲ ହେବେନାହିଁ ବୋଲି ଜଣାପଡିଛି । ସେ ନିଜ ରାଜ୍ୟରେ ହେବାକୁ ଥିବା କେତେକ ଜଳସେଚନ ପ୍ରକଳ୍ପର ଉଦଘାଟନୀ ପ୍ରସ୍ତୁତିରେ ବ୍ୟସ୍ତ ଥିବା ଯୋଗୁଁ ଏହି ବୈଠକରେ ଯୋଗଦେବେ ନାହିଁ ବୋଲି ସୂଚନା ମିଳିଛି ।

ପ୍ରଧାନମନ୍ତ୍ରୀ ମୋଦୀ ଏହି ନୀତି ଆୟୋଗ ବୈଠକରେ ଅଧ୍ୟକ୍ଷତା କରିବେ । କେନ୍ଦ୍ରରେ ୨ୟ ଥର ଲାଗି ମୋଦୀ ସରକାର ଆସିବା ପରେ ଏହା ପ୍ରଥମ ବୈଠକ ହେବ । ଏଥିରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶାସିତ ରାଜ୍ୟର ଉପ-ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେବେ ।

Leave A Reply

Your email address will not be published.