Latest Odisha News

BREAKING NEWS

ଟ୍ରଲରକୁ ଧକ୍କା ଦେଲା ଟ୍ରକ; ଜଣେ ମୃତ

ଭୁବନେଶ୍ୱର: ଭୁବନେଶ୍ୱରର ଫାୟାର ଷ୍ଟେସନ ଛକ ନିକଟସ୍ଥ ଫ୍ଲାଏ ଓଭରରେ ଏକ ଲୁହା ବିମ୍ ବୋଝେଇ ଟ୍ରଲରକୁ ଏକ ଟ୍ରକ ପଛ ପଟୁ ଧକ୍କା ଦେଇଛି। ଫଳରେ ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନାନୁସାରେ, କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରଲରଟି ଜାତୀୟ ରାଜପଥରେ ଅଟକି ରହିଥିଲା। ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଏହାକୁ ପଛ ପଟୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ପୋଲିସ ଆହତ ଡ୍ରାଇଭରଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ​​। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Comments are closed.