Latest Odisha News

BREAKING NEWS

ଆଇଏଏସ୍‌ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଛାତ୍ରବୃତ୍ତି ‌ଯୋଜନା ଆରମ୍ଭ କଲେ ସୋନୁ

ମୁମ୍ବାଇ: ବାସ୍ତବ ଜୀବନର ନାୟକ ସୋନୁ ସୁଦ ମହାମାରୀ ସମୟରେ ଯେଉଁଭଳି ଭାବରେ ଗରିବ ଅସହାୟଙ୍କୁ ସହାୟତାର ହାତ ବଢାଇଥିଲେ ତାହା ନିଶ୍ଚିତ ଭାବେ ପ୍ରଶଂସାଯୋଗ୍ୟ। ‌ଏବେ ବି ସେ ଲୋକଙ୍କୁ ସାହାଯ୍ୟ କରିବା ବନ୍ଦ କରିନାହାନ୍ତି।

ତେବେ ଏହା ମଧ୍ୟରେ ସୋନୁ ଆଇଏଏସ୍‌ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁଥିପାଇଁ ସେ ଏକ ଛାତ୍ରବୃତ୍ତି ଯୋଜନା ମଧ୍ୟ ପ୍ରକାଶ କରିଛନ୍ତି।

ତାଙ୍କ ମାଙ୍କ ପୁଣ୍ୟତିଥିରେ ସରୋଜ ସୁଦଙ୍କ ନାଁରେ ଏକ ଛାତ୍ରବୃତ୍ତି ଯୋଜନା ଆରମ୍ଭ କରିଛନ୍ତି।  ଏହା ମାଧ୍ୟମରେ ଆଇଏଏସ୍ ହେବା ପାଇଁ ଚାହୁଥିବା ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିପାରିବେ  ବୋଲି ଲକ୍ଷ୍ୟ ରଖିଛନ୍ତି।

Leave A Reply

Your email address will not be published.