ଗଞ୍ଜାମ: ଢଉଗାଁ ଛକରେ ମଦ୍ୟପ ଟ୍ରକ୍ ଡ୍ରାଇଭରର ଉନ୍ମକ୍ତ କାଣ୍ଡ । ଟ୍ରକ ପ୍ରଥମେ ଜଣେ ବ୍ୟକ୍ତି ଉପରେ ଗାଡି ଚଢାଇ ଦେବା ପରେ ସେଠାରୁ ୭୦୦ ମିଟର ପରେ ଗୋଟିଏ,ଦୋକାନ, ଦୁଇଟି ଘର ଉପରେ ମଡ଼ାଇଦେଲା । ସୂଚନାଥାଉକି, ଟ୍ରକ୍ ଧକ୍କାରେ ଜଣଙ୍କ ପ୍ରାଣ ଚାଲିଯାଇଛି । ମୃତକ ହେଲେ ଢ଼ଉଗାଁ ଗ୍ରାମର ୪୮ ବର୍ଷୀୟ ବସନ୍ତ ପରିଡା ।
ତେବେ ଡ୍ରାଇଭର ଗାଡି ଧରି ଚମ୍ପଟ ମାରୁଥିବା ବେଳେ ଗାଁ ଲୋକେ ଟ୍ରକ ଡ୍ରାଇଭର କୁ ଅଟକ ରଖି ଧରାକୋଟ ପୋଲିସ ରେ ଜିମା ଦେଇଛନ୍ତି ।
ଡ୍ରାଇଭରକୁ ଗିରଫ କରି ଅଧିକ ତଦନ୍ତ କରୁଛି ପୋଲିସ । ତେବେ ଡ୍ରାଇଭର ନିଜେ ମାନିଛନ୍ତି ଯେ, ଅଧିକ ଭାଙ୍ଗ ସେବନ ଫଳରେ ତାଙ୍କୁ ନିଶା ହୋଇଯିବାରୁ ଏପରି ଅଘଟଣ ହୋଇଛି ।
Comments are closed.