Latest Odisha News

BREAKING NEWS

କ୍ୟାମେରା ସାମ୍ନାରେ କାହିଁକି କାନ୍ଦିଲେ କାନାଡା ପ୍ରଧାନମନ୍ତ୍ରୀ… 

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ୱାର୍ ଏବଂ ତାଙ୍କର ମହତ୍ୱାକାଂକ୍ଷୀ ଯୋଜନାକୁ ନେଇ ସାରା ବିଶ୍ୱ ବର୍ତ୍ତମାନ ଚିନ୍ତାରେ ପଡିଛି। ଏହାରି ମଧ୍ଯରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଗଣମାଧ୍ୟମକୁ ସମ୍ବୋଧିତ କରି ନିଜ ନାଗରିକମାନଙ୍କୁ ଏକତ୍ରିତ ହୋଇ ରହିବାକୁ ନିବେଦନ କରିବା ସହ ଭାବବିହ୍ୱଳ ହୋଇପଡିଛନ୍ତି।

ଟ୍ରୁଡୋ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଭାବରେ ବ୍ୟକ୍ତିଗତ ସ୍ତରରେ ମୁଁ କାନାଡାର ନାଗରିକମାନଙ୍କୁ ପ୍ରଥମେ ରଖିବାକୁ ଚେଷ୍ଟା କରିଛି।ସରକାର ଶେଷ ଦିନରେ ମଧ୍ୟ ଆପଣମାନଙ୍କ ବିଷୟରେ ହିଁ ଚିନ୍ତା କରିଛୁ। ଆମେ ଆପଣ ମାନଙ୍କୁ କେବେବି ନିରାଶ କରିବୁ ନାହିଁ। ଟ୍ରମ୍ପଙ୍କ ଏହି ଶୁଳ୍କ ନୀତି ଯୋଗୁଁ ଆଗାମୀ ସମୟ କଷ୍ଟକର ହେବ।

ଟ୍ରମ୍ପ ଗୁରୁବାର ଦିନ କାନାଡିୟ ଉତ୍ପାଦ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଦେଇଛନ୍ତି। ତେବେ ଏହାକୁ ବର୍ତ୍ତମାନ ଏକ ମାସ ପାଇଁ ସ୍ଥଗିତ କରାଯାଇଛି।

ଅପରପକ୍ଷରେ ପ୍ରଧାନମନ୍ତ୍ରୀ ଭାବରେ ଟ୍ରୁଡୋଙ୍କର ଆଉ ମାତ୍ର ତିନି ଦିନ ବାକି ରହିଛି। ରବିବାର ପ୍ରଧାନମନ୍ତ୍ରୀ ଭାବରେ ଟ୍ରୁଡୋଙ୍କ ଶେଷ ଦିନ ହେବ। ସେହି ଦିନ ହିଁ ଶାସକ ଲିବରାଲ ପାର୍ଟି ତାର ନୂତନ ନେତାଙ୍କୁ ଚୟନ କରିବ ବୋଲି ଜଣାପଡିଛି।

 

Comments are closed.