Latest Odisha News

BREAKING NEWS

‘ଭାରତ ଗଲେ ମୁଁ ବେଶୀ ଦିନ ବଞ୍ଚିବିନି’: ଅନୁରୋଧ କଲା ତହବୁର, ଖାରଜ କରିଦେଲେ କୋର୍ଟ

ନୂଆଦିଲ୍ଲୀ: ଏବେ ଭାରତ ଫେରିବ ୨୬/୧୧ ମୁମ୍ବାଇ ଆଟାକର ମୁଖ୍ୟ ଅଭିଯୁକ୍ତ ତହବୁର ରାଣା । ତହବୁର ଭାରତ ଫେରିବା ନେଇ ବାଟ ଫିଟାଇଛନ୍ତି ଆମେରିକା ସୁପ୍ରିମକୋର୍ଟ । ଆମେରିକା ସୁପ୍ରିମକୋର୍ଟ ତହବୁର ଦ୍ବାରା ଦିଆଯାଇଥିବା ଆବେଦନ ଖାରଜ କରି କିଛି ଏପରି ନିଷ୍ପତ୍ତି ଶୁଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୱାଶିଂଟନ ଗସ୍ତ ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତକୁ ପ୍ରତ୍ୟର୍ପଣ ଉପରେ ରୋକ ​​ଲଗାଇବା ପରେ, ଆମେରିକାର ସୁପ୍ରିମକୋର୍ଟ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଅଭିଯୁକ୍ତ ତହୱୁର ରାଣାଙ୍କ ଭାରତକୁ ପ୍ରତ୍ୟର୍ପଣ ଉପରେ ରୋକ ​​ଲଗାଇବା ପାଇଁ କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟର ବିଚାରପତି ଏଲେନା କାଗାନ ରାଣାଙ୍କ ପ୍ରତ୍ୟର୍ପଣ ଉପରେ ରୋକ ​​ଲଗାଇବାକୁ ସିଧା ସିଧା ମନା କରିଦେଇଛନ୍ତି ।

ତେବେ ପାକିସ୍ତାନୀ ବଂଶୋଦ୍ଭବ କାନାଡିୟ ନାଗରିକ ୬୩ ବର୍ଷୀୟ ତହବୁର ରାଣା, ମୁମ୍ବାଇ ଆଟାକର ମୁଖ୍ୟ ସୂତ୍ରଧର । ବର୍ତ୍ତମାନ ସେ ଲସ୍ ଆଞ୍ଜେଲସର ଏକ ମେଟ୍ରୋପଲିଟାନ୍ ଡିଟେନସନ୍ ସେଣ୍ଟର ଜେଲରେ ସଜା କଟୁଛି । ଲସ୍କର-ଏ-ତୈବା ଆତଙ୍କବାଦୀ ଡେଭିଡ୍ ହେଡଲି ସହିତ ତାର ସଂପର୍କ ଭାବେ ସେ ଜଣାଶୁଣା । ୨୦୦୮ ମସିହାରେ ମୁମ୍ବାଇରେ ହୋଇଥିବା ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀଙ୍କ ମଧ୍ୟରୁ ସେ ଜଣେ, ଯେଉଁଥିରେ ୧୭୫ ଜଣଙ୍କ ଜରବନ ଯାଇଥିଲା ।

ଗତ ମାସରେ ମୋଦି ଆମେରିକା ଗସ୍ତରେ ଯାଇଥିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ ତହବୁର ରାଣାକୁ ଭାରତୀୟ ନ୍ୟାୟର ସମ୍ମୁଖୀନ ହେବା ପାିଁ, ଭାରତ ପ୍ରତ୍ୟାର୍ପଣକୁ ଅନୁମୋଦନ ଘୋଷଣା କରଇଥିଲେ । ଯାହାକୁ ନେଇ ସୁପ୍ରିମକୋର୍ଟର ଦ୍ବାରସ୍ଥ୍ୟ ହୋଇଥିଲା ତହବୁର । ଯେହେତୁ ସେ ଜଣେ ପାକିସ୍ତାନୀ ବଂଶୋଦ୍ଭବ ମୁସଲମାନ, ତେଣୁ ପ୍ରତ୍ୟାର୍ପଣ ପରେ ଭାରତ ତାକୁ ନୀର୍ଯାତନା ଦେବ । ତାର ବଞ୍ଚିବା କଷ୍ଟକର ହେବ ବୋଲି ଦାବି କରି, ପ୍ରତ୍ୟାର୍ପଣକୁ ଆଦେଶ ଉପରେ ରୋକ ଲଗାଇବାକୁ ସୁପ୍ରକିକୋର୍ଟର ଦ୍ବାରସ୍ଥ ହୋଇଥିଲା ତହବୁର । ଯାହାକୁ ବର୍ତ୍ତମାନ ଆମେରିକା ସୁପ୍ରିମକୋର୍ଟ ଖାରଜ କରିଛି । ଯାହା ଏବେ ତହବୁର ଭାରତ ଆସିବା ନେଇ ବାଟ ଫିଟାଇଛି ।

Comments are closed.