ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଳ ଷ୍ଟେସନ୍ରେ ଅଭାବନୀୟ ଘଟଣା । ଟ୍ରେନ୍ରେ କଟି ଗୁରୁତର ହେଲେ ବିଏସ୍ଏଫ୍ ଯବାନ । ତୁରନ୍ତ ଉଦ୍ଧାର କରି ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରଯାଇଥିଲା । ମାତ୍ର ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏୟାରଲିପ୍ଟ କରାଯାଇ ବିଶାଖାପାଟଣା ନିଆଯାଇଛି । ତେବେ ଗୁରୁତର ବିଏସଏଫ୍ ଯବାନ ଜଣଙ୍କ ହେଉଛନ୍ତି ଅଶୋକ କୁମାର ମୀନା । ସେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଥିବା ୧୩୬ ବାଟାଲିୟନରେ କାର୍ଯ୍ୟରତ ଅଛନ୍ତି ।
ସୂଚନା ଅନୁଯାୟୀ, ଆଜି ସକାଳେ ଜଗଦଲପୁର-ହାୱଡ଼ା ସମଲେଶ୍ଵରୀ ଏକ୍ସପ୍ରେସ୍ରୁ ମୁନିଗୁଡ଼ା ଷ୍ଟେସନ୍ରେ ଓହ୍ଲାଉଥିଲେ। ଅସାବଧାନତା ଯୋଗୁ ହଠାତ ଟ୍ରାକ୍ରେ ଗଳି ପଡ଼ିଥିଲେ ଅଶୋକ । ସେତେବେଳେ ଉକ୍ତ ଟ୍ରାକରେ ଟ୍ରେନ୍ ଆସୁଥିବାରୁ ତାଙ୍କ ବାମହାତଟି ସମ୍ପୂର୍ଣ୍ଣ କଟି ଯାଇଥିଲା। ଆର୍ପିଏଫ୍ ଏଏସ୍ଆଇ କେ.ସ୍ଵୟମ୍ ପ୍ରକାଶ ପହଞ୍ଚି ଅନ୍ୟମାନଙ୍କ ସହାୟତରେ ଯବାନଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ପ୍ରଥମେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ସେଠାରୁ ଅଶୋକଙ୍କୁ ବିଶାଖାପାଟଣାକୁ ଏୟାରଲିଫ୍ଟ କରାଯାଇଛି ।
ଜେକେପୁର ସ୍ଥିତ ପୁଲିସ୍ ରିଜର୍ଭ ପଡ଼ିଆରୁ ହେଲିପ୍ୟାଡ୍ ଦ୍ବାରା ବିଶାଖାପାଟଣାର ବିଏସ୍ଏଫ୍ ହସ୍ପିଗଲକୁ ଏୟାରଲିପ୍ଟ କରାଯାଇଥିଲା। ଅଶୋକ କୋରାପୁଟରୁ ସେକ୍ଟର୍ସ୍ତରୀୟ ଆଇଟି କୋର୍ସ ସାରି ଫେରୁଥିଲେ ବୋଲି ତାଙ୍କ ବନ୍ଧୁ ତଥା ସହଯାତ୍ରୀ ବୀରେନ୍ଦ୍ର କୁମାର କହିଛନ୍ତି। ଏନେଇ ଆର୍ପିଏଫ୍ ଥାନାରେ ମାମଲା ରୁଜୁ ହୋଇଛି। ତଦନ୍ତ ଜାରି ରହିଥିବା ତଦନ୍ତକାରୀ ଅଧିକାରୀ ଏଏସ୍ଆଇ କେ.ସ୍ୱୟମ୍ ପ୍ରକାଶ ସୂଚନା ଦେଇଛନ୍ତି।
Comments are closed.