Latest Odisha News

BREAKING NEWS

ଟ୍ରମ୍ପଙ୍କ ନିର୍ବାଚନୀ କ୍ୟାମ୍ପେନ ଭିଡିଓରେ ମୋଦି

ୱାଶିଂଟନ୍‌: ଆମେରିକାର ଦୁଇ ପ୍ରମୁଖ ପାର୍ଟି ଭାରତୀୟ ବଶୋଦ୍ଭବଙ୍କୁ ଆକର୍ଷିତ କରିବା ପାଇଁ କୌଣସି ସୁଯୋଗ ହାତ ଛଡା କରୁନାହାଁନ୍ତି ।

ନିର୍ବାଚନ ଲାଗି ଡେମୋକ୍ରାଟିକ୍ ପାର୍ଟି ଉପରାଷ୍ଟ୍ରପତି ପଦ ପାଇଁ କମଳା ହେରିସଙ୍କୁ ପ୍ରାର୍ଥୀ କରିଥିବା ବେଳେ ଟ୍ରମ୍ପ ମଧ୍ୟ ନିର୍ବାଚନୀ କ୍ୟାମ୍ପେନ ଭିଡିଓରେ ମୋଦିଙ୍କ ଲୋକପ୍ରିୟତାରୁ ଫାଇଦା ଉଠାଇବାକୁ ଚାହୁଁଛି ।

 

ଯେଉଁ ବିଜ୍ଞାପନ ଭିଡିଓରେ ଚଳିତ ବର୍ଷ ଅହମ୍ମଦାବାଦରେ ହୋଇଥିବା ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମର କ୍ଲିପ୍ ଦେଖିବାକୁ ମିଳିଥିଲା । ଯେଉଁଥିରେ ମୋଦି ଓ ଟ୍ରମ୍ପ ବିଶାଳ ସମାବେଶକୁ ସମ୍ବୋଧନ କରୁଥିବା ନଜର ଆସିଥିଲା ।

ଟ୍ରମ୍ପ ଭିକ୍ଟ୍ରି ଫାଇନାନ୍ସ କମିଟିର ରାଷ୍ଟ୍ରୀ ଅଧ୍ୟକ୍ଷ କିବଲ ଗୁଇଲଫାୟ ଭିଡିଓ ଜାରି କରି ଟ୍ୱିଟ କରିଥିଲେ “ଆମେରିକା ଭାରତ ସହିତ ଭଲ ସମ୍ପର୍କ ରଖିଛି ଏବଂ ଆମର ଅଭିଯାନ ଭାରତୀୟ-ଆମେରିକୀୟଙ୍କୁ ଭଲ ସମର୍ଥନ ମଧ୍ୟ ମିଳୁଛି । ପରବର୍ତ୍ତୀ ସମୟରେ ଯାହାକୁ ରିଟ୍ୱିଟ୍ କରିଥିଲେ ଟ୍ରମ୍ପଙ୍କ ପୁଅ ।

୧୦୭ ସେକେଣ୍ଡର ଜାରି ଏହି ଭିଡିଓର ଶୀର୍ଷକ ‘ଚାର ଅର୍ ସାଲ’ ରହିଛି ।

Leave A Reply

Your email address will not be published.