Latest Odisha News

BREAKING NEWS

ମୟୂରଙ୍କୁ ଖୁଆଇଲେ ମୋଦୀ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ୟୁଟ୍ୟୁବ୍ ଓ ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓ । ଯେଉଁଥିରେ ପ୍ରଧାନମନ୍ତ୍ରୀ ନିଜ ହାତରେ ମୟୂରକୁ ଖାଇବାକୁ ଦେଉଛନ୍ତି । ଆଉ ମୟୂରଟି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ହାତରୁ ବେଶ୍ ଆରାମରେ ଖାଉଛି । ପ୍ରକୃତରେ ଏହି ମୟୂରଟି ପ୍ରଧାନମନ୍ତ୍ରୀ ଆବାସରେ ହିଁ ରହୁଛି । ଏବଂ ପ୍ରତ୍ୟେକ ଦିନ ପ୍ରଧାନମନ୍ତ୍ରୀ ଏହି ମୟୂରକୁ ଖାଇବାକୁ ଦିଅନ୍ତି । ପ୍ରଧାନମନ୍ତ୍ରୀଙ୍କ ଦୈନନ୍ଦିନ କାମ ଭିତରେ ରହିଛି ମୟୂରକୁ ଖୁଆଇବା କାମ । ଆଉ ଏହାକୁ ପ୍ରଧାନମନ୍ତ୍ରୀ ବେଶ୍ ଖୁସିରେ କରିଥାନ୍ତି ।

ପୂର୍ବରୁ ଏହି ସ୍ୱତନ୍ତ୍ର ମୟୂରଟିକୁ ମୋଦି ଅନେକ ଥର ନିଜ ବଗିଚାରେ ଖେଳୁଥିବା ଅବସ୍ଥାରେ ଦେଖାଇସାରିଛନ୍ତି । ଏବେ ମୟୂରକୁ ଖୁଆଇବା ଭିଡିଓ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଭିଡିଓ ସେୟାର କରିବା ସହ ପ୍ରଧାନମନ୍ତ୍ରୀ ଏକ କବିତା ମଧ୍ୟ ଲେଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଭିଡିଓକୁ ବେଶ୍ ପସନ୍ଦ କରୁଛନ୍ତି ୟୁଜର ।

Leave A Reply

Your email address will not be published.