Latest Odisha News

BREAKING NEWS

ଗାଁ ଦାଣ୍ଡରେ ଆଉ ଶୁଣିବାକୁ ମିଳୁନାହିଁ ଚକୁଳିଆ ପଣ୍ଡାର ଗୀତ..

ଭୁବନେଶ୍ୱର:ସଂସ୍କୃତି ଓ ଐତିହ୍ୟରେ ପରିପୂର୍ଣ୍ଣ ଆମ ରାଜ୍ୟ ଓଡ଼ିଶା। ଏହାର କୋଣଅନୁକୋଣରେ ଭାରି ରହିଛି ଧର୍ମ ଓ ପରମ୍ପରାର ମହକ । ବାରମାସରେ ତେର ଓଷା ତାସାଙ୍ଗକୁ ନାନାଦି ରୀତିନୀତି । ବର୍ତ୍ତମାନ ଏସବୁରୁ ଅନେକ କିଛି ପାଶୋରି ଗଲାଣି ।

ଓଡ଼ିଶାର ପରମ୍ପରା, ସଂସ୍କୃତି କଥା ମନେ ପଡିଲେ, ମନକୁ ଆସେ ଚକୁଳିଆ ପଣ୍ଡା କଥା। ଗାଁ ଗହଳିରେ ଗୀତ ଗାଇ ଗାଇ ପେଟ ପୋଷୁ ଥିବା ଗେରୁଆ ବସ୍ତ୍ରଧାରି ବ୍ରାହ୍ମଣ ଏମାନେ । ବିଭିନ୍ନ ପ୍ରାଚୀନ ସଙ୍ଗୀତ ତଥା ବେଦ ପୁରାଣ ଗାଇ ଗାଇ ଏମାନେ ଗାଁ ଦାଣ୍ଡରେ ଘୁରି ବୁଲନ୍ତୁ । ଯିଏ ଯାହା ପାଏ ପଣ୍ଡାଙ୍କ ଥାଳିରେ ଦେଇ ମୁଣ୍ଡିଆ ଟିଏ ମାରେ ।

କିନ୍ତୁ ବର୍ତ୍ତମାନ ସମୟରେ ଚକୁଳିଆ ପଣ୍ଡାଙ୍କର ସେ ମଧୁର ସ୍ୱର ଆଉ ଶୁଣିବାକୁ ମିଳୁନାହିଁ କି ଗାଁ ଦାଣ୍ଡରେ ତାଙ୍କୁ ଆଉ ଦେଖିବାକୁ ମଧ୍ୟ ମିଳୁନାହିଁ।

ବିଶେଷ କରି କାର୍ତ୍ତିକ, ବୈଶାଖ ଓ ମାଘ ମାସରେ ଗାଁ ଦାଣ୍ଡରେ ଦେଖିବାକୁ ମିଳେ ଚକୁଳିଆ ପଣ୍ଡାଙ୍କୁ । ଦେହରେ ଗେରୁଆ ବସ୍ତ୍ର, ଗୋଟିଏ ହାତରେ ତାଳ ପତ୍ରରେ ତିଆରି ଛତା, ଅନ୍ୟଟିରେ ପିତ୍ତଳ କଂସା, କାନ୍ଧରେ କପଡା ଥଳି ଧରି ଖାଲି ପାଦରେ ଗାଁ ଦାଣ୍ଡରେ ଗୀତ ଗାଇଗାଇ ଯାଉଥିବେ ।

ଚକୁଳିଆ ପଣ୍ଡାମାନେ କେବେ କାହା ଦୁଆରକୁ ଭିକ୍ଷା ମାଗିବାକୁ ଯାଆନ୍ତି ନାହିଁ। ସେହି ଗାଁ ଦାଣ୍ଡରେ ଯାଉଥିବା ସମୟରେ ଯିଏ ଯାହା ସ୍ୱଇଛାରେ ଦିଏ ତାହାକୁ ସେମାନେ ଗ୍ରହଣ କରିବା ସହ ଆର୍ଶୀବାଦ ପ୍ରଦାନ କରନ୍ତି । କିନ୍ତୁ ତାହା ଏବେ ଅତୀତ ମାତ୍ର । ଆଉ ଏମାନଙ୍କୁ ଏବେ ଦେଖିବାକୁ ମିଳୁନାହିଁ ।

“ଓଡ଼ିଶାରେ ଶିକ୍ଷାର ପ୍ରସାର, ରାଜ୍ୟସରକାରଙ୍କ ୧ ଟଙ୍କିଆ ଚାଉଳ ଯୋଜନା ଓ ଅନ୍ୟ ଭତ୍ତା ଯୋଜନା ଗୁଡିକ ଯୋଗୁଁ ଗାଁ ଗହଳିରେ ଲୋକଙ୍କ ସ୍ଥିତିରେ ସୁଧାର ଆସିଛି। ଅନେକ ଚକୁଳିଆ ପଣ୍ଡା ମାନେ ନିଜ ପେସା ଛାଡ଼ିଦେବାର ଏହାଏକ କାରଣ ହୋଇପାରେ ବୋଲି କହିଛନ୍ତି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଅଞ୍ଚଳର ଭଗବାନ ଦାସ (୫୬) ।

Leave A Reply

Your email address will not be published.