ୱାଶିଂଟନ: ଅସ୍ତ୍ରବିରତି ଘୋଷଣା ପରେ ଇସ୍ରାଏଲ ଏବଂ ଇରାନ ଉଭୟ ଏହାର ଉଲ୍ଲଂଘନ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି।
ଟ୍ରମ୍ପ ଟ୍ରୁଥ ସୋସିଆଲରେ ଲେଖିଛନ୍ତି, “ଇସ୍ରାଏଲ, ଇରାନ ଉପରେ ବୋମା ମାଡ଼ ନକରୁ। ଯଦି ଏପରି ହୁଏ ତେବେ ଏହା ଏକ ବଡ଼ ଉଲ୍ଲଂଘନ ହେବ। ଇରାନରୁ ନିଜ ପାଇଲଟମାନଙ୍କୁ ତୁରନ୍ତ ଫେରାଇ ନେବାକୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ।”
ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ ଯୁଦ୍ଧବିରତି ଉଲ୍ଲଂଘନ ପାଇଁ ସେ ଉଭୟ ପକ୍ଷ ଉପରେ ଖପ୍ପା ହୋଇଛନ୍ତି। ଇରାନ କେବେବି ତାର ପରମାଣୁ କାର୍ଯ୍ୟକ୍ରମ ପୁନଃ ଆରମ୍ଭ କରିବ ନାହିଁ।
ମଙ୍ଗଳବାର ଯୁଦ୍ଧବିରତି ଆରମ୍ଭ ହେବାର ଅଢ଼େଇ ଘଣ୍ଟା ପରେ ଇରାନ ଦ୍ୱାରା କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣ ଯୋଗୁଁ ଉତ୍ତର ଇସ୍ରାଏଲରେ ସାଇରନ୍ ଶୁଣାଯାଇଛି। ଇସ୍ରାଏଲ ଏବଂ ଇରାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ପ୍ରସ୍ତାବିତ ଯୁଦ୍ଧବିରତି ପ୍ରସ୍ତାବକୁ ଗ୍ରହଣ କରିବା ପରେ ଏହି ଆକ୍ରମଣ ହୋଇଥିଲା। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ କହିଛନ୍ତି ଯେ ସେ ଇସ୍ରାଏଲୀ ସେନାକୁ ଇରାନର ଅର୍ଦ୍ଧସାମରିକ ବାହିନୀ ଏବଂ ସରକାରୀ ପ୍ରତିଷ୍ଠାନକୁ ଟାର୍ଗେଟ କରି ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଇସ୍ରାଏଲ ଏବଂ ଇରାନ ମଧ୍ୟରେ ୧୨ ଦିନିଆ ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧବିରତି ପ୍ରସ୍ତାବ ଦେଇଥିଲେ, ଯାହାକୁ ଉଭୟ ଦେଶ ଗ୍ରହଣ କରିଥିଲେ।ଇରାନ ଦ୍ୱାରା କ୍ଷେପଣାସ୍ତ୍ର ଆକ୍ରମଣ ପରେ, ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ ଇସ୍ରାଏଲୀ ସେନାକୁ କଡ଼ା ଜବାବ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
Comments are closed.