Latest Odisha News

BREAKING NEWS

ପୀୟୂଷଙ୍କ ପ୍ରେସ୍‌ମିଟ୍‌;୨୦୩୦ ପର୍ଯ୍ୟନ୍ତ ସିଂହବାହିନୀ ସହ ରହିବେ

ଭୁବନେଶ୍ବର:ସୂର୍ଯ୍ୟ ମନ୍ଦିର ଓ ସିଂହବାହିନୀ ବିବାଦ ନେଇ ମତ ରଖିଲେ ଯାତ୍ରା ଅଭିନେତା ପୀୟୂଷ ତ୍ରୀପାଠୀ । ସିଂହବାହିନୀ ସହ ରହିବା ନେଇ ପୀୟୂଷ ସ୍ପଷ୍ଟ କରିଛନ୍ତି । ଏନେଇ ପ୍ରେସମିଟ୍ ଯୋଗେ ସେ ସୂଚନା ଦେଇଛନ୍ତି ।

ଗଣମାଧ୍ୟମରେ ସେ କହିଛନ୍ତି ଯେ, ସେ ସ୍ବାସ୍ଥ୍ୟଗତ କାରଣରୁ ଗୋଟିଏ ବର୍ଷ ଯାତ୍ରା ଅଭିନୟରୁ ବିରତି ନେଇଛନ୍ତି। ତେଣୁ ୨୦୨୬ ମସିହାରୁ ପୁଣି ଚୁକ୍ତି ଅନୁଯାୟୀ ଚାରି ବର୍ଷ ସିଂହବାହିନୀ ସହ କାମ କରିବେ। ୨୦୨୬ରୁ ୨୦୩୦ ପର୍ଯ୍ୟନ୍ତ ସିଂହବାହିନୀ ସହ ରହିବି । ଯଦି ମାଲିକ ସଂଘ କିଛି ନିଷ୍ପତ୍ତି ନେବେ ତାହା ଗ୍ରହଣ କରିବି ।

ପୀୟୂଷ କହିଛନ୍ତି, “ଯେତେବେଳେ ମୁଁ ଅପେରା ସୂର୍ଯ୍ୟମନ୍ଦିରରେ କାର୍ଯ୍ୟରତ ଥିଲି ସେତେବେଳେ ମୋ ପାଇଁ ବିବାଦ ଉପୁଜିଥିଲା ସୂର୍ଯ୍ୟମନ୍ଦିର ଓ ସିଂହବାହିନୀ ମଧ୍ୟରେ  । ଅର୍ଥ କାରବାରକୁ ନେଇ ଏହି ବିବାଦ ହୋଇଥିଲା । ଯାହାର ସମାଧାନର ବାଟ ନପାଇ ମୁଁ ବର୍ଷେ ବିଶ୍ରାମ ନେବାକୁ ଘୋଷଣା କରିଥିଲି । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ବିଶ୍ରାମ ନେବି କହିଥିଲି । ଯଦି ମାଲିକମାନେ ନିଷ୍ପତ୍ତି ନିଅନ୍ତି ତାହେଲେ କାମ କରିବି କହିଥିଲି ।

ପୀୟୁଷ ସିଂହବାହିନୀ ମାଲିକଙ୍କୁ ଟଙ୍କା ଓ ଗାଡି ଫେରାଇବା ପ୍ରଶ୍ନର ବି ଉତ୍ତର ରଖିଥିଲେ । ତେବେ ପୀୟୂଷ କହିଥିଲେ ମୁଁ ଟଙ୍କା କାହିଁ ଫେରାଇବି, ଗାଡି କାହିଁ ଫେରାଇବି । ମୁଁ ସିଂହବାହିନୀ ସହ ୫ ବର୍ଷର ଡିଲ୍ କରିଛି ।

ଯାତ୍ରାରେ ଦେଖାଦେଇଥିବା ବିବାଦକୁ ନେଇ ପୀୟୂଷ ମୁହଁ କହିଛନ୍ତି, ଯେପର୍ଯ୍ୟନ୍ତ ଜଣେ ମୁଁ ଶବ୍ଦ ନ ଛାଡିଛି ସେ ଆଗକୁ ବଢିବ ନାହିଁ । ମୁଁ ଛାଡିଦେଲେ ସବୁ ସମସ୍ୟାର ସମାଧାନ ହେବ ।

Comments are closed.