Latest Odisha News

BREAKING NEWS

ଆମେରିକା ନେଭିକୁୁ ଟ୍ରମ୍ପଙ୍କ ନିର୍ଦ୍ଦେଶ : ଇରାନ ବିମାନ ଯଦି ଅସୁବିଧା ସୃଷ୍ଟି କରୁଛି ତାହା ହେଲେ ଖସାଇ ଦିଅ

ୱାଶିଂଟନ: ଇରାନ ବିପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଠୋର ନିଷ୍ପତି ନେବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ନେଭି ଟିମକୁ ନିର୍ଦ୍ଦେଶ ଦେବା ସହ କହିଛନ୍ତି, ଯଦି ଇରାନର ଯୁଦ୍ଧ ବିମାନ ବାରମ୍ବାର ସମୁଦ୍ର ମଧ୍ୟରେ ଅସୁବିଧା ସୃଷ୍ଟି କରୁଛି ତାହାହେଲେ ଶୁଟ କରି ଖସାଇଦିଅ । କରୋନା ମହାମାରୀ ବେଳେ ଆମେରିକା-ଇରାନ ମୁହାଁମୁହିଁ ହେବା ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଛି ।

BjdElectrycity

ସପ୍ତାହ ତଳେ ଆମେରିକାର ଏକ ଯୁଦ୍ଧ ଜାହଜକୁ ସମୁଦ୍ର ୭ ଇରାନ ବିମାନ ଅସୁବିଧାରେ ପକାଇଥିଲେ । ଆମେରିକା ନୌସେନା ଇରାନର ଏହି ପଦକ୍ଷେପକୁ ଉତେଜନାପୂର୍ଣ୍ଣ ଓ ମୂର୍ଖାମି ବୋଲି କହିଥିଲେ । ୨୦୧୫ରେ ପରମାଣୁ ଚୁକ୍ତିରୁ ବାଦ୍ ଦେବା ଏବଂ କମାଣ୍ଡୋର କାସିମ ସୁଲେମାନଙ୍କୁ ମାରିବା ପରେ ଆମେରିକା ଉପରେ ପ୍ରତିଶୋଧ ନେବା ଲକ୍ଷ୍ୟରେ ଇରାନ ରହିଛି । ସେବେଠାରୁ ଉଭୟ ଦେଶ ମଧ୍ୟରେ ଉତେଜନାପୂର୍ଣ୍ଣ ବାତାବରଣ ରହୁଛି ।

Leave A Reply

Your email address will not be published.