Latest Odisha News

ପିଏମ୍‌ ମୋଦୀ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କ ‘ଅବିସ୍ମରଣୀୟ’; ଜୁନିୟର୍‌‌ ଟ୍ରମ୍ପ

ନୂଆଦିଲ୍ଲୀ:ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ତେବେ ଏସବୁ ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନି୍ୟର୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟ୍ରମ୍ପଙ୍କ ସମ୍ପର୍କକୁ ‘ଅବିଶ୍ୱସନୀୟ’ ବୋଲି ବର୍ଣ୍ଣନା କରିଛନ୍ତି।

ଏହି ସମ୍ପର୍କକୁ ଦେଖିବା ଏକ ଗୌରବର ବିଷୟ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ଜୁନିୟର୍‌। ଜୁନିଅର ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ନିର୍ବାଚନ ପ୍ରଚାର ସମୟରେ ଡୋନାଲ୍ଡ ଟ୍ରମ୍ପ ଅଧିକାଂଶ ସମୟରେ ପିଏମ ମୋଦୀଙ୍କ ଭାଷଣର ବହୁଳ ବ୍ୟବହାର କରୁଛନ୍ତି।

ସୂଚନାଯୋଗ୍ୟ ନ୍ୟୁୟର୍କରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଡୋନାଲ୍ଡ ଟ୍ରମ୍ପ ଜୁନିୟର୍‌ କହିଛନ୍ତି, ‘ମୁଁ ଭାବୁଛି ମୋ ପିତା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପିଏମ ମୋଦୀଙ୍କ ବନ୍ଧୁତା ଅବିସ୍ମରଣୀୟ। ଏହା ଦେଖିବା ମୋ ପାଇଁ ଅତ୍ୟନ୍ତ ସମ୍ମାନଜନକ ଏବଂ ମୁଁ ଖୁସି ଯେ ଦୁଇ ନେତାଙ୍କ ମଧ୍ୟରେ ଏକ ଶକ୍ତିଶାଳୀ ସମ୍ପର୍କ ଅଛି, ଯେଉଁଥିପାଇଁ ଭବିଷ୍ୟତରେ ଉଭୟ ଦେଶ ଉପକୃତ ହେବାର ସମ୍ଭାବନା ରହିଛି।

ଡୋନାଲ୍ଡ ଟ୍ରମ୍ପ ଜୁନିୟର୍ ଆହୁରି ମଧ୍ୟ କହିଛନ୍ତି ଯେ ଉଭୟ ନେତା ଭଲ ଭାବରେ ଜାଣନ୍ତି ଯେ ବିଶ୍ୱରେ ବ୍ୟାପିଥିବା ସମାଜବାଦ ଏବଂ ସାମ୍ପ୍ରଦାୟିକତା ବିରୋଧ ଲଢେଇରେ ଭାରତ ଏବଂ ଆମେରିକା ଏକାଠି ଅଛନ୍ତି।

Comments are closed.