Latest Odisha News

BREAKING NEWS

ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା ଶବଦାହ କଟକଣା, ଜାଣନ୍ତୁ

ପୁରୀ: ପୁରୀ ସ୍ୱର୍ଗଦ୍ୱାରରେ ଜାରି ଥିବା ଶବଦାହ କଟକଣାକୁ ସୋମବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଠାଇବା ପାଇଁ ନିଷ୍ପତ୍ତି ହୋଇଛି।

ଏନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି ଯେ “ବର୍ତ୍ତମାନର କୋଭିଡ ସ୍ଥିତିର ସମୀକ୍ଷା କରିବା ପରେ ଆମେ ପୁରୀ ସ୍ୱର୍ଗଦ୍ୱାରରେ ଲାଗୁ କରାଯାଇଥିବା କଟକଣାକୁ ହଟାଇଛୁ। ଏବେ ବାହାର ଜିଲ୍ଲାର ଲୋକଙ୍କ ଶେଷକୃତ୍ୟ ସ୍ବର୍ଗଦ୍ବାରରେ ହୋଇପାରିବ”।

ତେବେ କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କର ଶେଷକୃତ୍ୟ ସ୍ବର୍ଗଦ୍ବାରରେ ହୋଇପାରିବନି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

ଆହୁରି ମଧ୍ୟ ଶବଦାହ ବେଳେ କୋଭିଡ ଗାଇଡ୍ ଲାଇନ୍ କଡାକଡି ଭାବେ ପାଳନ କରାଯିବ ଏବଂ ସ୍ବର୍ଗଦ୍ବାରକୁ ମୃତବ୍ୟକ୍ତିଙ୍କର ୨୦ରୁ ଅଧିକ ସମ୍ପର୍କୀୟ ଯିବେନାହିଁ। ଏପରିକି ସମସ୍ତେ ମାସ୍କ ଓ ସାମାଜିକ ଦୂରତା ବଜାୟ ରଖିବା ଜରୁରୀ ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.