ୱାସିଂଟନ: ଆମେରିକାର ରାଷ୍ଟପତି ପଦରେ ଡୋନାଲ୍ଡ ଟ୍ରମ୍ପ ଆଉ ମାତ୍ର ୬ ଦିନ ରହିବାର ଅଛି । କାରଣ ଜାନୁଆରି ୨୦ ତାରିଖରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ । ତେବେ ଟ୍ରମ୍ପ ଏହି ୬ ଦିନ ମଧ୍ୟ ନିଜ ପଦରେ ରହି ପାରିବେ କି ନାହିଁ, ସନ୍ଦେହ ଦେଖା ଦେଲାଣି ।
କାରଣ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି ଡେମୋକ୍ରାଟମାନେ । ଏହାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ଯାଇଛି । ଏବେ ସତକୁ ସତ ଟ୍ରମ୍ପ ନିଜ କାର୍ଯ୍ୟକାଳ ସରିବା ପୂର୍ବର ନିଜ ପଦରୁ ତଡା ଖାଇପାରନ୍ତି । କାରଣ ଡେମୋକ୍ରାଟଙ୍କ ମହାଭିଯୋଗ ପ୍ରସ୍ତାବକୁ ଟ୍ରମ୍ପଙ୍କ ନିଜର ଦଳ ରିପବ୍ଲିକାନ ପାର୍ଟିର କିଛି ହାଉସ୍ ଅଫ୍ ରିପ୍ରେଜେଣ୍ଟେଟେଟିଭ୍ ସମର୍ଥନ କଲେଣି ।
ଗତ ବୁଧବାର କ୍ୟାପିଟଲ ହିଲ୍ରେ ହୋଇଥିବା ହିଂସାକାଣ୍ଡ ଓ ଅରାଜକତା ପାଇଁ ଟ୍ରମ୍ପଙ୍କୁ ଦାୟୀ କରି ସେମାନେ ଏହି ମହାଭିଯୋଗ ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ଏହି ନେତାଙ୍କ ମତରେ ଯଦି କ୍ୟାପିଟଲ ହିଲ୍ ପରି କାଣ୍ଡରେ ସଂପୃକ୍ତ ବ୍ୟକ୍ତି ବିରୋଧରେ ଯଦି ମହାଭିଯୋଗ ପ୍ରସ୍ତାବ ଅଣାନଯିବ, ତେବେ ଆଉ କେଉଁ କାମ ପାଇଁ ଏପରି ଦଣ୍ଡ ଦିଆଯିବ । ଟ୍ରମ୍ପ ଯାହା କରିଛନ୍ତି, ତାହା ଦେଶର ଗଣତନ୍ତ୍ର ପ୍ରତି ଘୋର ବିପଦ ବୋଲି ଏମାନେ ଦର୍ଶାଇଛନ୍ତି ।
ଆମେରିକାକୁ, ସମ୍ବିଧାନକୁ, ଆମେରିକାର ନାଗରିକଙ୍କୁ ଏପରିକି ରାଷ୍ଟ୍ରପତି ପଦକୁ ଟ୍ରମ୍ପ ଧୋକା ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଏହି ନେତାମାନେ ।
ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଉପରେ ଆଜି ଆଲୋଚନା ହେବାର ଅଛି । ଏହି ପ୍ରସଙ୍ଗରେ ଡେମୋକ୍ରାଟଙ୍କ ପ୍ରସ୍ତାବକୁ ସମର୍ଥନ କରିବା ପାଇଁ ଅନ୍ୟ ରିପବ୍ଲିକାନ ନେତାଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ଟ୍ରମ୍ପଙ୍କ ବିରୋଧୀ ।
ଗତ ବୁଧବାର ଯେତେବେଳେ ବାଇଡେନଙ୍କୁ ଆନୁଷ୍ଠାନିକ ଭାବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି ବୋଲି ଘୋଷଣା କରିବାର ଥିଲା, ସେତେବେଳେ ଟ୍ରମ୍ପଙ୍କ ସମର୍ଥକମାନେ କ୍ୟାପିଟଲ ହିଲରେ ବ୍ୟାପକ ହିଂସାକାଣ୍ଡ କରିଥିଲେ । ସୃଷ୍ଟି ହୋଇଥିଲା ଅରାଜକତା । ଆମେରିକା ଇତିହାସରେ ଏପରି କେବେ ବି ହୋଇନଥିଲା । ଏପରିକି ସିନେଟରମାନଙ୍କୁ ଲୁଚିବାକୁ ପଡିଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଗୁଳି ଚଳାଇଥିଲେ ସୁରକ୍ଷାକର୍ମୀ । ଏହି ଅରାଜକତା ପାଇଁ ଟ୍ରମ୍ପ ଓ ସେ ଦେଇଥିବା ଉତ୍ତେଜକ ଭାଷଣକୁ ଦାୟୀ କରାଯାଉଛି ।
BREAKING NEWS
- ଭାରତ-ବାଂଲାଦେଶ ବିବାଦରେ ପାକିସ୍ତାନର ଏଂଟ୍ରି
- Vande Mataram: ସମସ୍ତ ଶିକ୍ଷାନୁଷ୍ଠାନରେ ସାମୂହିକ ବନ୍ଦେ ମାତରମ୍ ଗାନ କଲେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ
- ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ବାକିତକ ମ୍ୟାଚରୁ ଓହରିଲେ ୱାଶିଂଟନ ସୁନ୍ଦର
- ସଫଳ ହେବ କି PSLV ମିଶନ ? ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା ରକେଟ୍
- ଇରାନ ଉତ୍ତେଜନା: ୫୩୮ଜଣଙ୍କ ମୃତ୍ୟୁ, ୧୦ ହଜାରରୁ ଊର୍ଦ୍ଧ୍ୱ ଗିରଫ
- Golden Globe Awards 2026: ଓୱେନ୍ କୁପର୍ଙ୍କୁ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର
- ସୋଲାନରେ ଅଗ୍ନିକାଣ୍ଡ: ଶିଶୁ ମୃତ, ୯ ଆହତ
- ‘ମୁଁ ହେଇଥିଲେ, ଇରାନୀ ନେତାଙ୍କୁ ହତ୍ୟା କରିଥାନ୍ତି,’ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଖାମେନେଇଙ୍କୁ ଦେଲେ ଆଶ୍ଚର୍ଯ୍ୟଜନକ ଧମକ…
- ଡ୍ୟୁଟି ବେଳେ ହୋମଗାର୍ଡଙ୍କ ମୃତ୍ୟୁ
- ISRO ଉତ୍କ୍ଷେପଣ କଲା PSLV-C62 ରକେଟ୍ ‘ଅନ୍ୱେଷା’
Comments are closed.