ନୂଆଦିଲ୍ଲୀ: ୩୧ ଅଗଷ୍ଟ ଏବଂ ୧ ସେପ୍ଟେମ୍ବରରେ ଚୀନର ତିଆନଜିନରେ ଅନୁଷ୍ଠିତ ହୋଇଥିବା ଏସସିଓ ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଯୋଗ ଦେଇଥିଲେ।
ତେବେ ସେହି ଶିଖର ସମ୍ମିଳନୀରେ ତିନିଜଣଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବାର ମଧ୍ୟ ଦେଖାଯାଇଥିଲା ଓ ଏହା ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଦ ହଜିଯାଇଛି। କାରଣ ୱାଶିଂଟନ ଏବଂ ନୂଆଦିଲ୍ଲୀ ମଧ୍ୟରେ ସମ୍ପର୍କ ସବୁଠାରୁ ଖରାପ ସ୍ଥିତିରେ ପହଞ୍ଚିଥିବା ନେଇ ଟ୍ରମ୍ପ ସଂକେତ ଦେଇଛନ୍ତି। ସେ କହିଛନ୍ତି ଯେ ଆମେରିକା, ଭାରତ ଏବଂ ଋଷକୁ ଚୀନ୍ ପାଖରେ ହରାଇ ବସିଛି। ଏଥିସହିତ ସେ ସୋସିଆଲ ମିଡିଆରେ ମୋଦି, ପୁଟିନ ଏବଂ ସି ଜିନପିଙ୍ଗଙ୍କ ଏକ ଫଟୋ ମଧ୍ୟ ସେୟାର କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦି ଏବଂ ଋଷ ରାଷ୍ଟ୍ରପତି ପୁଟିନଙ୍କ ବ୍ୟତୀତ ଅନେକ ବିଶ୍ୱ ନେତା ଚୀନର ଏହି ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ। ଭାରତ, ଋଷ ଏବଂ ଚୀନ୍ ମଧ୍ୟରେ ସମ୍ପର୍କକୁ ବିକଶିତ ଏବଂ ଉନ୍ନତ କରିବା ପାଇଁ ମଧ୍ୟ ଏହି ମଞ୍ଚରୁ ଚେଷ୍ଟା କରାଯାଇଛି। ତେବେ ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ଶୁଳ୍କ ଯୁଦ୍ଧ ମଧ୍ୟରେ ଭାରତ କିମ୍ବା ଋଷ ର ଅନ୍ୟ ଦେଶ ସହ ସମ୍ପର୍କ ଗଢ଼ି ଉଠିବା କୁ ନେଇ ଟ୍ରମ୍ପ ଅସନ୍ତୁଷ୍ଟ ହେବା ସହ କିଛି କଟୁ କଥା ମଧ୍ୟ କହିଛନ୍ତି ।ଏଥିସହିତ ସେ ଏହି ତିନି ଦେଶ ର ସମ୍ପର୍କ ଦୀର୍ଘସ୍ଥାୟୀ ହେବା ସହ ଭବିଷ୍ୟତ ସମୃଦ୍ଧ ହେଉ ବୋଲି ପ୍ରକାଶ କରିଛନ୍ତି।
Comments are closed.