Latest Odisha News

BREAKING NEWS

ଭାରତ ବିରୋଧରେ ଟାରିଫ ଲଗାଇଲା ଆମେରିକା, ଜାଣନ୍ତୁ କେଉଁ କ୍ଷେତ୍ରରେ ହେବ ପ୍ରଭାବିତ

ନୂଆଦିଲ୍ଲୀ: ଭାରତ ବିରୋଧରେ ରେସିପ୍ରୋକାଲ ଟାରିଫ ଲଗାଇଲେ ଡୋନାଲ୍ଡ ଟ୍ରମ୍ପ। କହିଲେ, ଭାରତ ଯାହା ଶୁଳ୍କ ଲଗାଉଛି ତାହାର ୫୦ ପ୍ରତିଶତ ଟାରିଫ ଲଗାଇବ ଆମେରିକା। ଅର୍ଥାତ ଭାରତ ଉପରେ ୨୬ ପ୍ରତିଶତ ରେସିପ୍ରୋକାଲ ଟାରିଫ ଲଗାଇଛି ଆମେରିକା। ଟ୍ରମ୍ପ କହିଛନ୍ତି ଯେ ଆମେରିକାରୁ ଆମଦାନୀ କରୁଥିବା ସାମଗ୍ରୀ ଉପରେ ଭାରତ ୫୨ ପ୍ରତିଶତ ଶୁଳ୍କ ଆଦାୟ କରୁଛି।

ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋର ଜଣେ ଭଲ ବନ୍ଧୁ, କିନ୍ତୁ ଟାରିଫ କ୍ଷେତ୍ରରେ ଭାରତ ଆମକୁ ଉଚିତ ବ୍ୟବହାର କରୁନାହିଁ। ତେବେ ଟ୍ରମ୍ପଙ୍କ ଟାରିଫ ଯୋଗୁଁ ଭାରତର ଜିଡିପି ଉପରେ ପ୍ରାୟ ୨ ଲକ୍ଷ ୬୬ ହଜାର କୋଟି ଟଙ୍କାର ପ୍ରଭାବ ପଡ଼ିପାରେ। ଇଲେକ୍ଟ୍ରୋନିକ୍ସ, ଆଇଟି, ଟେକ୍ସଟାଇଲ ଆଦି କ୍ଷେତ୍ର ପ୍ରଭାବିତ ହୋଇପାରେ। ୨୦୨୪ରେ ଭାରତର ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ୩୨ ପ୍ରତିଶତ ରପ୍ତାନୀ ଆମେରିକାକୁ କରିଥିଲା। ତେଣୁ ଇଲେକ୍ଟ୍ରୋନିକ୍ସି କ୍ଷେତ୍ର ପ୍ରଭାବିତ ହୋଇପାରେ।

୨୦୨୪ରେ ଆମେରିକାକୁ ୮୨ ହଜାର ୫୬୦ କୋଟି ଟଙ୍କାର ଟେକ୍ସଟାଇଲ ରପ୍ତାନୀ କରିଥିଲା ଭାରତ। ତେଣୁ ଟେକ୍ସଟାଇଲ ଶିଳ୍ପ ମଧ୍ୟ ପ୍ରଭାବିତ ହୋଇପାରେ। କିନ୍ତୁ ଆମେରିକା ଟେକ୍ସଟାଇଲ ବଜାରରେ ଚୀନ ଓ ଭିଏତନାମ ସାମଗ୍ରୀର ସେୟାର ଅଧିକ ରହିଛି। ଉଭୟ ଦେଶ ଉପରେ ଭାରତଠାରୁ ଅଧିକ ଟିକସ ଲାଗିଥିବାରୁ ଭାରତ ସାମଗ୍ରୀର ଚାହିଦା ବଢିବା ସମ୍ଭାବନା ରହିଛି। ଭାରତରୁ ୫୭ ପ୍ରତିଶତ ପଲିସଡ ଡାଇମଣ୍ଡ ଆମେରିକାକୁ ରପ୍ତାନୀ ହୁଏ। ଏହା ଉପରେ କୌଣସି ଟିକସ ପଡୁନଥିଲା। ଏବେ ଟିକସ ପଡିଲେ ଭାରତୀୟ ହୀରା ବ୍ୟବସାୟ କ୍ଷତି ସହିବା ଆଶଙ୍କା ରହିଛି। କିନ୍ତୁ ସୁନାରୂପା ଏବଂ ଫାର୍ମା ସେକ୍ଟର ଉପରେ ଟାରିଫ ଲାଗି ନାହିଁ।

Comments are closed.