Latest Odisha News

BREAKING NEWS

ନ୍ୟୁଜିଲାଣ୍ଡକୁ ୨୭୩ ରନରେ ଅଟକାଇଲା ଭାରତ; ଜିତିବା ଲକ୍ଷ୍ୟରେ କପ୍ତାନ କୋହଲୀ

ଅକଲ୍ୟାଣ୍ଡ: ପ୍ରଥମ ଦିନିକିଆରେ ପରାସ୍ତ ହେବା ପରେ ଭାରତ ଲାଗି ଆଜିର ମ୍ୟାଚ୍ କର ବା ମର ପରିସ୍ଥିତି ସୃଷ୍ଟି କରିଛି । କପ୍ତାନ ବିରାଟ କୋହଲୀ ଆଜି ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହାକି ଦଳ ଲାଗି ଠିକ୍ ସାବ୍ୟସ୍ତ ହୋଇଛି । ଆଜିର ମ୍ୟାଚରେ କିୱି ଦଳ ୩୫୦ରୁ ଅଧିକ ରନ କରିବାକୁ ଉଦ୍ୟତ ହେଉଥିଲା ବେଳେ ବିରାଟ ବାହିନୀ ଘରୋଇ ଦଳକୁ ୫୦ ଓଭରରେ ମାତ୍ର ୨୭୩ ରନରେ ଅଟକାଇଛି । ନ୍ୟୁଜିଲାଣ୍ଡ ୮ଟି ୱିକେଟ ହରାଇ ଏହି ସ୍କୋର କରିଛି ।

ନ୍ୟୁଜିଲାଣ୍ଡ ଦଳକୁ ଆଜି ଭାରତୀୟ ସ୍ପିନର୍ କବଜାରେ ରଖିବାକୁ ଚେଷ୍ଟା କରି ସଫଳ ହୋଇଛନ୍ତି । ଆଜି କିୱି ବ୍ୟାଟ୍ସମ୍ୟାନ ମୂଳରୁ ପ୍ରଭାବ ବିସ୍ତାର କରି ଚାଲିଥିବା ବେଳେ ଦଳ ଏକ ବିଶାଳ ସ୍କୋର ଆଡ଼କୁ ଗତି କରୁଥିଲା । ମାତ୍ର ରବୀନ୍ଦ୍ର ଜାଡ଼େଜାଙ୍କ ମାପଚୁପ ବୋଲିଂ ସାଙ୍ଗକୁ ଚହଲଙ୍କ ନିଖୁଣ ସ୍ପିନ୍ ବୋଲିଂ କିୱି ଦଳକୁ ମାତ୍ର ୨୭୩ ରନରେ ସୀମିତ ରହିବାକୁ ପଡ଼ିଥିଲା ।

ନ୍ୟୁଜିଲାଣ୍ଡ ଓପନର୍ ଗପ୍ତିଲ୍ ୭୯, ନିକୋଲସ ୪୧ ଏବଂ ରସ୍ ଟେଲର୍ ୭୩ ରନ ସ୍କୋର କରିଥିଲେ ।

ଭାରତୀୟ ବୋଲର୍ ଚହଲ୍ ୩ଟି, ସାର୍ଦ୍ଦୁଲ୍ ଠାକୁର୍ ୨ଟି ଏବଂ ଜାଡ଼େଜା ଗୋଟିଏ କରି ୱିକେଟ ଅକ୍ତିଆର କରିଥିଲେ । ନ୍ୟୁଜିଲାଣ୍ଡର ଦୁଇଜଣ ବ୍ୟାଟ୍ସମ୍ୟାନ ରନ ଆଉଟର ସମ୍ମୁଖୀନ ହୋଇଥିଲେ ।

ଭାରତୀୟ ଦଳ:

ପୃଥିବୀ ଶ’, ମାୟଙ୍କ ଅଗ୍ରୱାଲ, ବିରାଟ କୋହଲୀ (ଅଧିନାୟକ), ଶ୍ରେୟସ ଆୟାର, କେ ଏଲ ରାହୁଲ (ୱିକେଟ ରକ୍ଷକ), କେଦାର ଯାଦବ, ରବୀନ୍ଦ୍ର ଯାଦେଜା, ସାର୍ଦ୍ଦୁଲ୍ ଠାକୁର, ନବଦୀପ ସାଇନୀ, ୟୁଜବେନ୍ଦ୍ର ଚହଲ ଓ ଜଶପ୍ରୀତ ବୁମରା ।

Leave A Reply

Your email address will not be published.