Latest Odisha News

BREAKING NEWS

ସୋଡା ଷ୍ଟ୍ର ବଇଁଶୀ

ପଇଡ, ଲସି, ଜୁସ୍ କି କୋଲ୍ଡ ଡ୍ରିଙ୍କସ୍ ପିଇବା ପରେ ସୋଡା ଷ୍ଟ୍ର କୁ ଡଷ୍ଟବିନ୍ ରେ ପିଙ୍ଗି ଦେଉଥିବ ନିଶ୍ଚୟ । ହେଲେ ଏଥିରୁ ତିଆରି କରିହେବ ବେଶ ମଜାଦାର ଏବଂ ମ୍ୟୁଜିକାଲ୍ ଖେଳଣା । ବିନା ଖର୍ଚ୍ଚରେ ତିଆରି କରିବା ଗୋଟିଏ ବଇଁଶୀ । ଆଉ ତାସହ କରିବା ଅନେକଗୁଡିଏ ବିଜ୍ଞାନ ପରୀକ୍ଷା । ଚାଲ ତେବେ ତିଆରି କରିବା ସୋଡା ଷ୍ଟ୍ର ବଁଇଶୀ ।

ଏଥିପାଇଁ ଦରକାର                             

-ସୋଡାଷ୍ଟ୍ର ଏବଂ କଇଁଚି

(ସତର୍କତାର ସହ କଇଁଚି ବ୍ୟବହାର କରିବା ଉଚିତ । ଏଥିପାଇଁ ବଡମାନଙ୍କ ସହାୟତା ନିଆଯାଇପାରିବ)

କେମିତି କରିବା

୧- ପ୍ରାୟ ୫ସେମି ଲମ୍ବ ଏକ ସୋଡା ଷ୍ଟ୍ର ର ଗୋଟିଏ ମୁଣ୍ଡକୁ ଚିପି ପତଳା କରିଦେବା


୨- ସେହି ମୁଣ୍ଡର ଦୁଇ ପାଖକୁ କଇଁଚିରେ ଗୋଜିଆ କରି କାଟି ନେବା


୩- ଗୋଜିଆ ପଟକୁ ପାଟିରେ ପୁରାଇ ଫୁଙ୍କ । ତିଆରି ହୋଇଗଲା ସୋଡା ଷ୍ଟ୍ର ବଇଁଶୀ ।

ସୋଡା ଷ୍ଟ୍ର ବଁଇଶୀକୁ ଏବେ କଇଁଚିରେ କାଟି ଛୋଟ କରିଚାଲ । ପ୍ରତିଥର ଫୁଙ୍କି ଦେଖ କେମିତି ବଦଳୁଛି ଶବ୍ଦ । ସୋଡା ଷ୍ଟ୍ର ବଡ ଥିବା ବେଳେ କେମିତି ଶବ୍ଦ ବାହାରୁଛି ଆଉ ଛୋଟ ହୋଇଗଲେ କେମିତି ଶବ୍ଦ ବାହାରୁଛି ?

ସୋଡା ଷ୍ଟ୍ର କୁ ଫୁଙ୍କିବା ବେଳେ ଏହା ଭିତରେ ଥିବା ପବନ ଥରୁଛି ଏବଂ ସେଥିରୁ ଶବ୍ଦ ବାହାରୁଛି । ତେବେ ଏହାର ଲମ୍ବ ଉପରେ ନିର୍ଭର କରିବ ଶବ୍ଦ । ମୋଟା ଏବଂ ପତଳା ଶବ୍ଦ ସୋଡା ଷ୍ଟ୍ର ର ଲମ୍ବ ସହ ଯୋଡା ।

 

ସୋଡାଷ୍ଟ୍ରରୁ ସାହାନାଇ
ସୋଡା ଷ୍ଟ୍ର ବଇଁଶୀକୁ ଏବେ ସାହାନାଇରେ ବଦଳାଇବା । କାଗଜକୁ ମୋଡି ଗୋଟିଏ କାହାଳି ଭଳି ତିଆରି କରିବା । କାହାଳିର ସରୁ ପଟରେ ସୋଡା ଷ୍ଟ୍ର ବଇଁଶୀକୁ ପୁରାଇ ଫୁଙ୍କ । ଦେଖ କେମିତି ବଦଳି ଯାଉଛି ଶବ୍ଦ । ଏଥର ଭିନ୍ନ ଭିନ୍ନ ଶବ୍ଦ କରି ମଜା କର ।

 

 

Leave A Reply

Your email address will not be published.