ଭୁବନେଶ୍ୱର: ବର୍ଷା ଓ ଅନୁଭବଙ୍କ ବିବାଦ ଏବେ ବେଶ୍ ଚର୍ଚ୍ଚାରେ । ଆଜି ଅପରାହ୍ନରେ ଅନୁଭବ ଗଣମାଧ୍ୟମକୁ ତାଙ୍କ ପରିବାରର ପିଛା ଛାଡିବାକୁ ନିବେଦନ କରିଥିଲେ । ସେମାନେ ପ୍ରଥମ ଆଉ ଶେଷ ଦମ୍ପତ୍ତି ନୁହନ୍ତି ଯେ କି ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ତାଙ୍କ ବାପା ଅସୁସ୍ଥ ଥିବାରୁ ଚିକିତ୍ସାଧୀନ ଅଛନ୍ତି । ଯଦି ଏହି ଘଟଣାକୁ ନେଇ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଏ ତେବେ ଏଥି ପାଇଁ କିଏ ଦାୟୀ ରହିବ ବୋଲି ସେ ପ୍ରଶ୍ନ କରିଥିଲେ ।
TRUTH CANNOT BE DEFEATED, IT SHALL BE PROVEN SOON?????????????? COURT WILL TAKE ITS OWN ACTION ????????
WITH LORD JAGANNATH’S BLESSINGS & EVERYONE’S BLESSINGS I AM GOING TO BREAK THE SILENCE , NOBODY HAS THE RIGHT TO ACCUSE ANYONE FALSELY ??????
LOVE YOU ALL ?JAY JAGANNATH ? pic.twitter.com/iTecW8bm34— VARSHA PRIYADARSHINI (@VarshaPriyadar3) September 7, 2020
ଏହାର କିଛି ସମୟ ପରେ ସୋସିଆଲ ମିଡିଆରେ ବର୍ଷା ପ୍ରିୟଦର୍ଶିନୀ ଏକ ଟ୍ୱିଟ୍ କରିଛନ୍ତି । ଏହି ଟ୍ୱିଟରେ ସେ ଲେଖିଛନ୍ତି, ‘ସତ କେବେ ଲୁଚି ରହିବନି । ଏହା ଖୁବ୍ ଶୀଘ୍ର ପ୍ରମାଣିତ ହେବ । ଜଗନ୍ନାଥଙ୍କ ଆଶୀର୍ବାଦରୁ ମୁଁ ଖୁବ୍ ଶୀଘ୍ର ମୋ ନୀରବତା ଭାଙ୍ଗିବାକୁ ଯାଉଛି । ଅନ୍ୟ ଉପରେ ମିଥ୍ୟାରୋପ ଲଗାଇବାର ଅଧିକାର କାହାରି ପାଖରେ ନାହିଁ । ’
ଗତ ଶନିବାର ବର୍ଷା ସ୍ୱାମୀ ଅନୁଭବଙ୍କ ନାଁରେ ଘରୋଇ ହିଂସା ଓ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରି କଟକ ଏସଡିଜେଏମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବର୍ଷା ନିଜ ପିଟିସନରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଜଣେ ମଦ୍ୟପ ଏବଂ ସେ ଶାରିରୀକ ଓ ମାନସିତ ନିର୍ଯାତନା ଦେଉଥିବା ପିଟିସନରେ ଉଲ୍ଲେଖ କରିଥିଲେ ବର୍ଷା ।
କିନ୍ତୁ ଏହାର ଗୋଟିଏ ଦିନ ପରେ ଅର୍ଥାତ ରବିବାର ଜଣାପଡିଥିଲା ଯେ ବର୍ଷା ପିଟିସନ ଦାଖଲ କରିବାର ମାସେ ପୂର୍ବରୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଡିଭୋର୍ସ କେସ୍ ଦାଖଲ କରିଛନ୍ତି ଅନୁଭବ ମହାନ୍ତି ।
Comments are closed.