Latest Odisha News

BREAKING NEWS

ଆଇଆଇଏମସିରେ ନାମ ଲେଖା ଆବେଦନ; ସିୟୁଇଟି ଢ଼ାଞ୍ଚାରେ ଏନଟିଏ କରିବ ପରୀକ୍ଷା

ଭୁବନେଶ୍ୱର: ଭାରତରେ ସାମ୍ବାଦିକତା ପଢ଼ିବା ପାଇଁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମାସ୍ କମ୍ୟୁନିକେସନ ସର୍ବୋତ୍ତମ ଶିକ୍ଷାନୁଷ୍ଠାନ ବୋଲି ବିବେଚିତ ହୋଇ ଆସିଛି । ସେଠାରେ ନାମ ଲେଖିବା ପାଇଁ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିଥୀଏ । ତେବେ ଏହି ଜାତୀୟ ଶିକ୍ଷାନୁଷ୍ଠାନରେ ନାମ ଲେଖେଇବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଚଳିତ ବର୍ଷ ସିୟୁଇଟି ଢ଼ାଞ୍ଚାରେ ଏହି ପରୀକ୍ଷା ହେବାକୁ ଯାଉଛି । ଏହାର ପରିଚାଳନା କରିବ ଏନଟିଏ(ନେଶନାଲ ଟେଷ୍ଟିଂ ଏଜେନ୍ସି) । ଆଇଆଇଏମସିରେ ସାମ୍ବାଦିକତା ପାଇଁ ଭାରତ ସାରାରୁ ଲକ୍ଷ ଲକ୍ଷ ପିଲା ଆବେଦନ କରିଥାନ୍ତି । ଏଠାରେ କେବଳ ପିଜି ଡିପ୍ଲୋମା କୋର୍ସ ନିୟମିତ ପଢ଼ାଯାଉଛି ।

ଭାଷା ସାମ୍ବାଦିକତାରେ ଇଂରାଜୀ, ହିନ୍ଦୀ ଏବଂ ରେଡିଓ ଏବଂ ଟିଭି ଓ ବିଜ୍ଞାପନ ଏବଂ ଲୋକସଂପର୍କ ରେ ନାମ ଲେଖିବା ପାଇଁ ପ୍ରବେଶିକା ପରୀକ୍ଷା ସିୟୁଇଟି ଢ଼ାଞ୍ଚାରେ ହେବ । ଆଡମିଶନ ନେବାର ଆବେଦନ କରିବା ପାଇଁ ଶେଷ ତାରିଖ ଜୁନ୍ ୧୮ ବୋଲି ଧାର୍ଯ୍ୟ କରାଯାଇଛି । ଓଡ଼ିଆ, ମରାଠୀ, ମଲାୟାଲାମ ଏବଂ ଉର୍ଦ୍ଦୁ ଭାଷାର ପ୍ରବେଶିକା ପରୀକ୍ଷା ଅଲଗା ଭାବରେ କରାଯିବ ବୋଲି ଆଇଆଇଏମସି ପକ୍ଷରୁ କୁହାଯାଇଛି ।

ଆଡମିଶନ ପାଇଁ ( https://cuet.nta.nic.in/ ) ଲିଙ୍କରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଆଇଆଇଏମସି ବିଷୟରେ ଅଧିକ ସୂଚନା ଏବଂ ଆଡ଼ମିଶନ ସମ୍ବନ୍ଧୀୟ ପ୍ରସ୍ପେକ୍ଟସ ଓ ସବିଶେଷ ତଥ୍ୟ ପାଇଁ ଏଥିରେ ( www.iimc.gov.in ) ଦେଖିପାରିବେ ।

Leave A Reply

Your email address will not be published.