Latest Odisha News

BREAKING NEWS

ତୁର୍କୀ-ସିରିଆ ଭୂମିକମ୍ପ: ମୃତ୍ୟୁ ସଂଖ୍ୟା ୨୮ ହଜାର ପାର୍; ମେଡିକାଲ ସାମଗ୍ରୀ ନେଇ ପହଞ୍ଚିଲା ସପ୍ତମ IAF ବିମାନ

ଇସ୍ତାନବୁଲ: ତୁର୍କୀ ଓ ସିରିଆରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୨୮ ହଜାର ପାର୍‌ କରିଛି। ଘଟଣାକୁ ୭ ଦିନ ହୋଇଥିଲେ ବି ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେ ବି ଲୋକଙ୍କୁ ମୃତ ଓ ଜୀବିତ ଉଦ୍ଧାର କରାଯାଉଛି। ତେଣୁ ଅଧିକରୁ ଅଧିକ ଜୀବନ ବଞ୍ଚାଇବା ଆସେ ସର୍ଚ୍ଚ ଅପରେସନ ଜାରି ରହିଛି। ଏପଟେ ବରଫପାତ ଯୋଗୁ ଭୟଙ୍କର ଶୀତ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଛି।

ଅନ୍ୟପଟେ ତୁର୍କୀର ଏଭଳି ବିପଦ ସମୟରେ ପ୍ରଥମେ ସହଯୋଗରେ ହାତ ବଢାଇଥିବା ଭାରତର ସପ୍ତମ ଉଦ୍ଧାରକାରୀ ବିମାନ ତୁର୍କୀରେ ପହଞ୍ଚିଛି। ଅପରେସନ ଦୋସ୍ତ ଅଭିଯାନରେ ରବିବାର ସକାଳେ ବାୟୁସେନାର IAF C 17 ଗ୍ଲୋବ୍‌ ମାଷ୍ଟର ବିମାନ ଭୂକମ୍ପ ପିଡ଼ିତଙ୍କ ପାଇଁ ଉଦ୍ଧାର ସାମଗ୍ରୀ ଧରି ଅଦନାନ ଏୟାରୋପୋର୍ଟରେ ପହଞ୍ଚିଛି। ଏଥିରେ ୧୩ ଟନ୍ ମେଡିକାଲ ସାମଗ୍ରୀ ଓ ଅନ୍ୟାନ୍ୟ ସହଯୋଗୀ ଉପକରଣ ରହିଛି। ଏଭଳି ସ୍ଥିତିରେ ଭାରତର NDRF ଅଷ୍ଟମ ବାଟାଲିଅନ ୨୧ ଟନ୍‌ ରିଲିଫ୍ ସାମଗ୍ରୀ ତୁର୍କୀ ଓ ସିରିଆକୁ ପଠାଇଛି।

ଭୂମିକମ୍ପରେ ଉଭୟ ତୁର୍କୀ ଓ ସିରିଆରେ ଭୟଙ୍କର ଖାଦ୍ୟ ସଂକଟ ଦେଖା ଦେଇଛି। ହଜାର ହଜାର ଲୋକ ବାସହୀନ ହୋଇଛନ୍ତି। ହଜାର ହଜରା ବିଲ୍‌ଡିଂ ଭୁଶୁଡ଼ି ପଡ଼ିଛି। ଜାତିସଂଘର ଆକଳନ ଅନୁସାରେ କେବଳ ସିରିଆରେ ୫୦ ଲକ୍ଷ ଲୋକ ବାସହୀନ ହୋଇଛନ୍ତି। ଭୂମିକମ୍ପ ପୀଡ଼ିତ ତୁର୍କୀ ଓ ସିରିଆର ପୀଡ଼ିତ ପରିବାର ପାଇଁ ୩ ମାସ ଜରୁରୀକାଳୀନ ଭିସା ପ୍ରଦାନ କରିଛନ୍ତି ଜର୍ମାନ ସରକରା। ଜରୁରୀ ସ୍ଥିତିକୁ ଦେଖି ପୀଡ଼ିତ ପରିବାରକୁ ନିଜ ଦେଶ ଯାତ୍ରା ପାଇଁ ୩ ମାସର ମାସ ଜରୁରୀକାଳୀନ ଭିସା ଲାଗୁ କରାଯାଇଛି ବୋଲି ଜର୍ମାନୀ ଇଣ୍ଟରିୟର ମିନିଷ୍ଟର ନ୍ୟାନ୍ସି ଫାଏଜର କହିଛନ୍ତି।

 

Leave A Reply

Your email address will not be published.