Latest Odisha News

BREAKING NEWS

ରୁମେସା ଦୁନିଆର ସବୁଠାରୁ ଉଚ୍ଚତମ ମହିଳା

ନୂଆଦିଲ୍ଲୀ: ତୁର୍କୀର ଜଣେ ମହିଳାଙ୍କୁ ଦୁନିଆର ସବୁଠାରୁ ଉଚ୍ଚତମ ମହିଳା ଭାବେ ଘୋଷିତ କରାଯାଇଛି। ଉକ୍ତ ମହିଳାଙ୍କ ଉଚ୍ଚତା  ପ୍ରାୟ ୭ଫୁଟ। ୨୪ ବର୍ଷିୟା ରୁମେସା ଗେଲଗୀଙ୍କୁ ଦୁନିଆର ସବୁଠୁ ଉଚ୍ଚତମ ମହିଳା ଭାବେ ଗିନିଜ୍ ୱାର୍ଲ୍ଡ ରେକର୍ଡ ସ୍ଥାନିତ କରାଯାଇଛି।

ଡାକ୍ତରୀ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ରୁମେସାଙ୍କ ଏଭଳି ଅବସ୍ଥା ୱେଭର୍ ସିଣ୍ଡ୍ରୋମ ଯୋଗୁ ହୋଇଥାଇପାରେ। ଯାହା ଏକ ବିରଳ ଜେନେଟିକ୍ ବ୍ୟାଧି। ଏହାସହିତ ରୁମେସାଙ୍କ ହାତ ଓ ପାଦର ଲମ୍ବ ଯଥାକ୍ରମେ ୨୪.୫ ସେମି ଏବଂ ୩୦.୫ ସେମି।

ଏମିତିଅବସ୍ଥା ଯୋଗୁ ରୁମେସାଙ୍କ ନିରନ୍ତର ଭାବେ ଶାରୀରିକ ସମସ୍ୟା ଭୋଗୁଛନ୍ତି, ଯେପରିକି ଅସ୍ଥିରତା ଏବଂ ଚାଲିବାରେ ମଧ୍ୟ ସମସ୍ୟା ଦେଖାଯାଉଛି। ଏହି ସମସ୍ୟା ଯୋଗୁ ସେ କୌଣସି କାର୍ଯ୍ୟ ପାଇଁ ହ୍ୱିଲ୍ ଚେୟାର ବ୍ୟବହାର କରନ୍ତି। ୨୦୧୪ରେ ଜୀବନ୍ତ ଉଚ୍ଚତମ କିଶୋରୀ ଭାବରେ ନାମିତ ହେବା ପରେ ଗେଲଗି ଦ୍ୱିତୀୟ ଥର ପାଇଁ ଗିନିଜ ବିଶ୍ୱ ରେକର୍ଡ ହାସଲ କରିଛନ୍ତି।

Comments are closed.