Latest Odisha News

ମାଲକାନଗିରି ଗସ୍ତରେ ଡିଜିପି ,ମାଓ ମୁକାବିଲା ଦିଗରେ ଆଲୋଚନା

ମାଲକାନଗିରି : ମାଲକାନଗିରି ଗସ୍ତରେ ପୋଲିସ ଡିଜି ଶ୍ରୀ ଅଭୟ , ଆଇଜି ଅପରେସନ ଅମିତାଭ ଠାକୁର ଓ ଗୁଇନ୍ଦା ନିର୍ଦେଶକ ଅନିରୁଦ୍ଧ ସିଂ ।ମାଲକାନଗିରି ଜିଲ୍ଲାକୁ ଏକ ସମ୍ପୁର୍ଣ୍ଣ ମାଓ ମୁକ୍ତ ଅଞ୍ଚଳରେ ପରିଣତ କରିବାକୁ ପୋଲିସର ଏହା ଏକ ବଡ ପଦକ୍ଷେପ । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସି ପାହାଡ ଉପରେ ଗତକାଲି ମାଓବାଦୀ ଓ ଜବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୩ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି ।

ସେମାନଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ମାଓବାଦୀ ରହିଛନ୍ତି । ଟପ୍ ମାଓନେତା ତଥା ମାଓ ସଂଗଠନର ସମ୍ପାଦକ ଅନିଲ ଓରଫ କିଶୋର ଓରଫ ମୁକା ସୋଡି ଏହି ଘଟଣାରେ ପ୍ରାଣ ହରାଇଛନ୍ତି ଯାହାର ଉପରେ ଓଡିଶା ସରକାର ପୂର୍ବରୁ ୫ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଥିଲେ । ଅନ୍ୟ ଜଣେ ମହିଳା ମାଓବାଦୀ ହେଉଛନ୍ତି ଏସିଏମ ସୋନି ତାଙ୍କ ଉପରେ୪ ଲକ୍ଷ ଟଙ୍କାର ପୁରଷ୍କାର ରହିଛି ।

ସେହିପରି ପାର୍ଟି ମେମ୍ବର ଚିନ୍ନା ରାଓ  ଉପରେ ଲକ୍ଷେ ଟଙ୍କାର ପୁରଷ୍କର ରହିଥିଲା । ଘଟଣା ସ୍ଥଳରୁ ଗୋଟିଏ SLR ରାଇଫଲ ଗୋଟିଏ INSAS ରାଇଫଲ ୬ଟି ମାଗାଜିନ ୫୯ ରାଉଣ୍ଡ ଗୁଳି କିଛି ଅଫୁଟା ଡିଟୋନିଟର ୱାକି ଟକି ନକ୍ସଲ କିଟ୍ ବ୍ୟାଗ ଓ ନକ୍ସଲ ପୋଷାକ ଓ ପ୍ରଚାର ପତ୍ର ଜବତ ହୋଇଛି । ଦରଭା ମାଓ ସଂଗଠନର ସଦସ୍ୟ ମାନେ ତୁଳସୀ ପାହାଡ ଉପରେ ଏକ କ୍ୟାମ୍ପ କରି ରହିଥିବା ପୋଲିସର ଗୁଇନ୍ଦା ବିଭାଗକୁ ସୁଚନା ମିଳିଥିଲା ।

ଯାହାକୁ ଆଧାର କରି ଏସ.ଓ.ଜି ଓ ଡି ଭି.ଏଫ ବାହିନିର ଜବାନ ମାନେ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଉଭୟ ପୋଲିସ ଓ ନକ୍ସଲ ପନ୍ଥିଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପରେ ସେଠାରେ ସର୍ଚ୍ଚ ଅପରେସନ ବେଳେ ତିନି ଜଣ ମାଓବାଦୀଙ୍କ ମୃତ ଦେହ ଠାବ କରିଥିଲେ ସୁରକ୍ଷା କର୍ମୀ ।

ଏନେଇ  ଗତକାଲି ଦିନ ତମାମ ଜଙ୍ଗଲରେ ଚାଲିଥିଲା କମ୍ବିଂ ଅପରେସନ । ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀ ପାହାଡ଼ ସବୁବେଳେ ମାଓବାଦୀଙ୍କ କାର୍ଯ୍ୟକଳାପ ପାଇଁ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ଆଜି ଡିଜିପି ଶ୍ରୀ ଅଭୟ  ମାଲକାନଗିରି ପହଁଚି ଘଟଣାର ସମୀକ୍ଷା କରୁଛନ୍ତି । ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ଓ ମାଓଦମନ ନେଇ ମଧ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିବେ। ତୁଳସୀ ପାହାଡ଼ ଏନକାଉଣ୍ଟର ଘଟଣାର ମଧ୍ୟ ସେ ସମୀକ୍ଷା କରୁଛନ୍ତି ।

Leave A Reply

Your email address will not be published.