Latest Odisha News

BREAKING NEWS

ବଜାରକୁ ଆସିବ ହଳଦୀ ବ୍ୟାଣ୍ଡେଜ, ଚୁଟକିରେ ଭଲ ହେବ ଶରୀରର କ୍ଷତ

ଭୁବନେଶ୍ବର: ଏଣିକି ବଜାରରେ ମିଳିବ ହଳଦୀ ବ୍ୟାଣ୍ଡେଜ । ଶରୀରରେ କୌଣସି କ୍ଷତ ହେଲେ ତୁରନ୍ତ ଚିକିତ୍ସା ପାଇଁ ଏହି ହଳଦୀ ବ୍ୟାଣ୍ଡେଜ ଭଲ କାମ ଦେବ । ଏହି ହଳଦୀ ବ୍ୟାଣ୍ଡେଜ ଖୁବ ଶୀଘ୍ର ବଜାରରେ ଉପଲବ୍ଧ ହେବ । ହଳଦୀର ନାନୋ ପାର୍ଟିକିଲ୍ କର୍କ୍ୟୁମିନକୁ ବ୍ୟବହାର କରି ଏମିତି ସ୍ୱତନ୍ତ୍ର ବ୍ୟାଣ୍ଡେଜ ପ୍ରସ୍ତୁତ କରିଛି ଆଇଏଲଏସ । ତେବେ ଏହି କର୍କ୍ୟୁମିନ ବ୍ୟାଣ୍ଡେଜର ବିକାଶ କରିଛନ୍ତି ଆଇଏଲଏସର ବରିଷ୍ଠ ବୈଜ୍ଞାନିକ ଡ଼କ୍ଟର ସଂଜୀବ ସାହୁ । ହଳଦୀ ବ୍ୟାଣ୍ଡେଜର ଟେକ୍ନୋଲୋଜି କିଣିବାକୁ ଏନଆରଡ଼ିସି ଜରିଆରେ ଆଇଏଲଏସ ସହ ଆଲୋଚନା କରିଛନ୍ତି ଗୁଜରାଟ ଓ ଉତ୍ତରପ୍ରଦେଶର ଦୁଇ କମ୍ପାନୀ ।

ଡ଼କ୍ଟର ସଂଜୀବ ସାହୁ କହିଛନ୍ତି, ବଜାରକୁ ଆସିବାକୁ ଥିବା ଏହି ହଳଦୀ ବ୍ୟାଣ୍ଡେଜ ଅନ୍ୟ ବ୍ୟାଣ୍ଡେଜ ଠାରୁ ଶସ୍ତା ରହିବ। ଯଦି ସବୁ କିଛି ଠିକ ଚାଲେ, ମାସେ ଭିତରେ ଉଭୟ କମ୍ପାନୀକୁ ଟେକ୍ନୋଲୋଜି ଟ୍ରାନ୍ସଫର କରାଯିବ। ଏହାର ବର୍ଷକ ଭିତରେ ବଜାରରେ ମିଳିବ ହଳଦୀ ବ୍ୟାଣ୍ଡେଜ। ଏହି ହଳଦୀ ବ୍ୟାଣ୍ଡେଜର କ’ଣ ରହିଛି ସ୍ୱତନ୍ତ୍ରତା ଆସନ୍ତୁ ଜାଣିବା  । ଡକ୍ଟର ସଞ୍ଜୀବ ସାହୁଙ୍କ କହିବା କଥା ହେଉଛି, ଶହ ଶହ ବର୍ଷ ହେଲା ବିଭିନ୍ନ ରୋଗର ଉପଚାର ପାଇଁ ହଳଦୀକୁ ବ୍ୟବହାର କରାଯାଉଛି।

ହଳଦୀରେ ଥିବା ନାନୋ ପାର୍ଟିକିଲ କର୍କ୍ୟୁମିନର ବହୁ ଔଷଧୀୟ ଗୁଣ ରହିଛି। ମୂଷା ଶରୀରରେ ପରୀକ୍ଷଣରୁ ପ୍ରମାଣିତ ହୋଇଛି ଯେ, କର୍କ୍ୟୁମିନ ତୁରନ୍ତ କ୍ଷତକୁ ଶୁଖାଇପାରୁଛି। ଏମିତିକି ଡାଇବେଟିସ ରୋଗୀର କ୍ଷତ ତଥା ପୋଡ଼ା ଘା’କୁ ମଧ୍ୟ ଭଲ କରିପାରୁଛି କର୍କ୍ୟୁମିନ। ତେବେ କ୍ଷତ ଶୁଖାଇବାରେ ସାହାଯ୍ୟ କରୁଥିବା ବ୍ୟାଣ୍ଡେଜ ଆକାରରେ ହଳଦୀ କେବେ ବ୍ୟବହାର ହୋଇନଥିଲା। ତେଣୁ କର୍କ୍ୟୁମିନ ବ୍ୟାଣ୍ଡେଜ ବିକାଶ ଲାଗି ନିଷ୍ପତ୍ତି ନେଇଥିଲା ଆଇଏଲଏସ୍ । ଯାହାକି କ୍ଷତକୁ ଶୀଘ୍ର ଭଲ କରିବାରେ ସହାୟକ ହେବ  ।

Leave A Reply

Your email address will not be published.