ଭୁବନେଶ୍ୱର: ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନରେ ଏଥର ଥିଲା ଭିନ୍ନ ରକମର ଅଦଳ ବଦଳ । ଶନିବାର ଠାରୁ ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା । ଅପରାହ୍ନରୁ ଏକ ଆଲୋଚନା ଚାଲୁଥିଲା ଯେ, ମନ୍ତ୍ରୀମଣ୍ଡଳରେ ମାତ୍ରାଧିକ ନୂଆ ଚେହେରା ଦେଖିବାକୁ ମିଳିବ ।
କିଛି ଆଶା ମାରି ଦେଇଥିଲେ ବି ଶପଥ ଗ୍ରହଣ ପରେ ସେମାନଙ୍କ ମୁହଁରେ ପୁଣି ଉଜ୍ଜ୍ୱଳ ଦେଖିବାକୁ ମିଳିଛି । ସେ ଭିତରେ ପୁରୀ ଜିଲ୍ଲାର ଦୁଇ ବିଧାୟକ – ନିମାପଡ଼ାର ସମୀର ରଞ୍ଜନ ଦାଶ ଏବଂ କାକଟପୁରର ତୁଷାରକାନ୍ତି ବେହେରା ।
ସମୀର ଇସ୍ତଫା ଦେବା ପରେ ବି ଆଲୋଚନା ହେଉଥିଲା ଯେ, ସେ କଟିଗଲେ । ଆଉ ଗୋଟିଏ ପଟର ଆଲୋଚନାକୁ ଯଦି ଗୁରୁତ୍ୱ ଦେବା – ସମୀର ପୁନଶ୍ଚ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚାହୁଁଥିଲେ । ତାଙ୍କ ଭାଗ୍ୟକୁ ତାହାହିଁ ଜୁଟିଛି । ସେପଟେ ପଞ୍ଚାୟତ ନିର୍ବାଚନ ଫଳାଫଳ ଖରାପ କରିବା ପରେ ତୁଷାରଙ୍କ ପତା କଟିଯିବ ବୋଲି ଖୁବ୍ ଶୁଣିବାକୁ ମିଳୁଥିଲା ।
ନିର୍ବାଚନମଣ୍ଡଳୀରରେ ତାଙ୍କ ବିରୋଧରେ ଆକ୍ରୋଶ ଦେଖିବାକୁ ମିଳିଥିଲା । ପଞ୍ଚାୟତ ଫଳକୁ ନେଇ ତାଙ୍କ କର୍ମୀ ବି ନିରାଶ ହୋଇପଡ଼ିଥିଲେ । ବାବୁଙ୍କ ହାତରୁ ମନ୍ତ୍ରୀ ପଦ ଗଲା ବୋଲି ମାନି ନେଇଥିଲେ । ହେଲେ ତୁଷାରଙ୍କ ନାମ ସଂଧ୍ୟାରେ ଟିଭିରେ ବାଜିବା ପରେ କର୍ମୀଙ୍କ ଗହଣରେ ଆଶ୍ଚର୍ଯ୍ୟ ଦେଖିବାକୁ ମିଳିଥିଲା ।
ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ଥିଲା ଯେ- ରିପୋର୍ଟ କାର୍ଡ ଖରାପ ଥିଲେ ସୁଦ୍ଧା ବିଭାଗ ଆବଣ୍ଟନ ବେଳେ ହାତୀ ତାଙ୍କ ମୁଣ୍ଡରେ ସୁନା କଳସ ଢ଼ାଳିଛି । ପୂର୍ବ ମନ୍ତ୍ରୀ ମଣ୍ଡଳରେ ଯାହା ବିଭାଗ ଥିଲା ସେସବୁ ତ ମିଳିଲା । ତା’ ସଙ୍ଗେ ମିଳିଲା ଗୃହ ବିଭାଗର ରାଷ୍ଟ୍ର ପାହ୍ୟା । ୨୦୧୯ ନିର୍ବାଚନ ଜିତିବା ପରେ ନବୀନ ପ୍ରଥମ ଥର କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଏହି ପଦବୀ ଦେଇଥିଲେ । ହେଲେ କ୍ୟାପଟେନ ଅନେକ ବିବାଦ ଭିତରେ ଫସିବା ତାଙ୍କ ପାଇଁ କାଳ ହୋଇଥିବା କୁହାଯାଉଛି ।
Comments are closed.