Latest Odisha News

BREAKING NEWS

ନୂଆ ମନ୍ତ୍ରୀଙ୍କୁ ଆବଣ୍ଟନ ହେଲା ବିଭାଗ; ତୁଷାରଙ୍କୁ ଗୃହ ଓ ପ୍ରମିଳାଙ୍କୁ ରାଜସ୍ୱ

ଭୁବନେଶ୍ୱର: ନୂଆ ମନ୍ତ୍ରୀମଣ୍ଡଳ ଗଠନ ହେବା ପରେ ରାଜ୍ୟ ପାଳ ବାଣ୍ଟି ଦେଇଛନ୍ତି ବିଭାଗ । ୧୩ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ମିଳିଲା ବିଭାଗ । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ରାଜ୍ୟପାଳ ଗଣେଶୀ ଲାଲ ସଦ୍ୟ ଶପଥ ଗ୍ରହଣ କରିଥିବା ୨୧ ନୂଆ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରିଛନ୍ତି ।

BjdElectrycity

କ୍ୟାବିନେଟ ମନ୍ତ୍ରୀ-

୧. ଜଗନ୍ନାଥ ସାରକା- ଏସସି ଏବଂ ଏସଟି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ ବିକାଶ ଏବଂ ଆଇନ
୨. ନିରଞ୍ଜନ ପୂଜାରୀ- ଅର୍ଥ, ସଂସଦୀୟ ବ୍ୟାପାର
୩. ରଣେନ୍ଦ୍ର ପ୍ରତାପ ସ୍ୱାଇଁ- କୃଷି ଓ କୃଷକ କଲ୍ୟାଣ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ
୪. ପ୍ରଦୀପ କୁମାର ଅମାତ- ଜଙ୍ଗଲ ଓ ପରିବେଶ, ପଞ୍ଚାୟତୀ ରାଜ ଏବଂ ପାନୀୟ ଜଳ, ସୂଚନା ଓ ଲୋକସମ୍ପର୍କ
୫. ପ୍ରମିଳା ମଲ୍ଲିକ- ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା
୬. ଉଷା ଦେବୀ- ଗୃହ ଓ ନଗର ଉନ୍ନୟନ
୭. ପ୍ରଫୁଲ୍ଲ କୁମାର ମଲ୍ଲିକ- ଷ୍ଟିଲ ଓ ଖଣି, ପୂର୍ତ୍ତ
୮. ପ୍ରତାପ କେଶରୀ ଦେବ- ଶିଳ୍ପ, ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ଶକ୍ତି
୯. ଅତନୁ ସବ୍ୟସାଚୀ ନାୟକ- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ
୧୦. ନବ କିଶୋର ଦାସ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
୧୧. ଟୁକୁନି ସାହୁ- ଜଳ ଉତ୍ସ, ବାଣିଜ୍ୟ ଏବଂ ପରିବହନ
୧୨. ଅଶୋକ ଚନ୍ଦ୍ର ପଣ୍ଡା- ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଲୋକ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ
୧୩. ରାଜେନ୍ଦ୍ର ଢ଼ୋଲକିଆ- ଯୋଜନା ଏବଂ ସମନ୍ୱୟ

ରାଷ୍ଟ୍ର ମନ୍ତ୍ରୀ-

୧. ସମୀର ରଞ୍ଜନ ଦାଶ- ବିଦ୍ୟାଳୟ ଓ ଗଣଶିକ୍ଷା
୨. ଅଶ୍ୱିନୀ କୁମାର ପାତ୍ର- ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ
୩. ପ୍ରୀତି ରଞ୍ଜନ ଘଡ଼େଇ- ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା
୪. ଶ୍ରୀକାନ୍ତ ସାହୁ- ଶ୍ରମ ଓ ଇଏସଆଇ
୫. ତୁଷାରକାନ୍ତି ବେହେରା- ଗୃହ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି, କ୍ରୀଡ଼ା ଓ ଯୁବ ବ୍ୟାପାର
୬. ରୋହିତ ପୂଜାରୀ- ଉଚ୍ଚ ଶିକ୍ଷା
୭. ରିତା ସାହୁ- ହସ୍ତତନ୍ତ ଓ ବୟନ ଶିଳ୍ପ
୮. ବାସନ୍ତୀ ହେମ୍ବ୍ରମ- ମହିଳା ଏବଂ ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି

 

Leave A Reply

Your email address will not be published.