Latest Odisha News

BREAKING NEWS

ଦଳିଦେଲା ଦନ୍ତାହାତୀ, ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ରେଂଜ ଅଞ୍ଚଳରେ ଏକ ଦନ୍ତା ହାତୀର ତାଣ୍ଡବ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ଜଣେ ବୃଦ୍ଧା ମହିଳା ପାଖ ଜଙ୍ଗଲକୁ ଛତୁ ଆଣିବାକୁ ଯାଇଥିବା ସମୟରେ ଦୁର୍ଭାଗ୍ୟବଶତଃ ଏକ ଦନ୍ତା ହାତୀ ହାବୁଡରେ ପଡିଯାଇଥିଲେ । ଏଥିସହିତ ହାତୀଟି ତାଙ୍କୁ ଆକ୍ରମଣ କରିବା ସହ ବୃଦ୍ଧାଙ୍କୁ ଦଳି ମାରି ଦେଇଥିଲା ।

ଅନ୍ୟପକ୍ଷରେ ମହିଳା ଜଣଙ୍କ ସେଣ୍ଟକାପ ଅଞ୍ଚଳର ପାଲୁ ନାୟକ (୬୦) ବୋଲି ଜଣାପଡିଛି ।

ତେବେ ଘଟଣାସ୍ଥଳରେ ପୋଲିସ ଓ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଛି ।

Leave A Reply

Your email address will not be published.