ମୁମ୍ବାଇ: ପ୍ରବଳବର୍ଷା ଯୋଗୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ଲୋକ ଜଳବନ୍ଦୀରେ ରହିଛନ୍ତି । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ମନାଲିରେ ବନ୍ୟାଜଳରେ ଫସି ରହିଛନ୍ତି ଛୋଟ ପରଦାର ଲୋକପ୍ରିୟ ଅଭିନେତା ରୁସଲାନ ମୁମତାଜ । ସେ ମନାଲିକୁ ସୁଟିଂ ପାଇଁ ଯାଇଥିବା ବେଳେ ବନ୍ୟାଜଳରେ ଫସି ଯାଇଛନ୍ତି । ଏହାର ଏକ ଭିଡ଼ିଓ ସେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।
ଜଳବନ୍ଦୀରେ ଫସିଯିବା ପରେ ରୁସଲାନ୍ ଏହାର ଏକ ଭିଡ଼ିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ମନାଲି ଓ ଚଣ୍ଡିଗଡ଼କୁ ସଂଯୋଗ କରୁଥିବା ରାସ୍ତା ବନ୍ୟା ଜଳରେ ବୁଡ଼ି ଯାଇଛି । ଏଠାରୁ ଯିବା ପାଇଁ ଅନ୍ୟ କୌଣସି ବିକଳ୍ପ ନାହିଁ । ମନାଲି ବହୁବାର ଆସିଛି । ଏତେ ପାଣିରେ ଜଳବନ୍ଦୀ ହୋଇଯିବି ମୁଁ କେବେ ଭାବି ନ ଥିଲି । ଏଠାରେ ନେଟୱାର୍କ ନାହିଁ । ଘରକୁ ଯିବା ପାଇଁ ସବୁ ରାସ୍ତା ବନ୍ଦ ହୋଇଯାଇଛି । ଚାରିଆଡେ ପାଣି ଦେଖି ଡ଼ର ଲାଗୁଛି ।
ବନ୍ୟା ପାଣିରେ ମନାଲିର ଅନେକ ରାସ୍ତାଘାଟ, ହୋଟେଲ ଓ ବଜାର ଭାସି ଯାଇଛି । ପ୍ରତ୍ୟେକ ହିଲଷ୍ଟେସନରେ ରେଡଆଲର୍ଟ ଜାରି ମଧ୍ୟ କରାଯାଇଛି ।
Comments are closed.