Latest Odisha News

BREAKING NEWS

କରୋନାରେ ବରିଷ୍ଠ ସାମ୍ବାଦିକ ରୋହିତ ସର୍ଦ୍ଦାନାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମାରାତ୍ମକ କରୋନା ସଂକ୍ରମିତ ହୋଇ ଜଣାଶୁଣା ଟିଭି ସାମ୍ବାଦିକ ରୋହିତ ସର୍ଦ୍ଦାନାଙ୍କ ଶୁକ୍ରବାର ଦିନ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ବରିଷ୍ଠ ଟିଭି ସାମ୍ବାଦିକ ରୋହିତଙ୍କୁ ଗୁରୁବାର ମେଟ୍ରୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଏପ୍ରିଲ୍ ୨୪ ରେ, ରୋହିତ ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ ଯେ ସେ କରୋନା ସଂକ୍ରମିତ ହୋଇଛନ୍ତି।

ସର୍ଦ୍ଦାନା ୨୦୧୭ରେ ଆଜତକ୍‌ରେ ନ୍ୟୁଜ ଆଙ୍କର ଭାବେ ଯୋଗଦେଇଥିଲେ। ସେବେଠାରୁ ସେ ଆଜ୍‌ତକ୍‌ରେ ବିତର୍କ ଶୋ ‘ଦଙ୍ଗଲ’ର ହୋଷ୍ଟ୍‌ କରୁଥିଲେ। ଏହାପୂର୍ବରୁ ସେ ଜି ନ୍ୟୁଜ୍‌ରେ ମଧ୍ୟ ଉପସ୍ଥାପକ ଭାବେ କାର୍ଯ୍ୟ କରିଥିଲେ।

Comments are closed.