ମୁମ୍ବାଇ: ସଲମାନ ଖାନଙ୍କ ରିୟାଲିଟି ଶୋ ‘ବିଗ ବସ ସିଜିନ-୧୬’ ପାଇଁ ସମସ୍ତେ ଉତ୍ସୁକ ଥିବା ବେଳେ ଚଳିତ ସିଜିନରେ କେଉଁମାନଙ୍କୁ ଶୋ’ରେ ଏଣ୍ଟ୍ରି ମିଳୁଛି ତାହା ଜାଣିବା ପାଇଁ ଦର୍ଶକ ବେଶ ଆଗ୍ରହୀ ଅଛନ୍ତି। ଗତ କିଛି ଦିନ ହେବ ଅଭିନେତା କରଣ ପଟେଲ ‘ବିଗ ବସ ସିଜନ-୧୬’ରେ ଆସିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା। ଛୋଟ ପରଦାରେ ‘ୟେ ହୈ ମୋହାବତେଁ’ ସିରିୟଲରେ ରାଗି ଅଭିନେତା କରଣ ପଟେଲ ଏହି ଶୋ’ ରେ ଅଂଶଗ୍ରହଣ କରିବା ପାଇଁ ସବୁଠୁ ଅଧିକ ଫି ମାଗିଥିବା ଖବର ବେଶ ଚର୍ଚ୍ଚା ହେଉଛି। ତେବେ ଏହି ସମସ୍ତ କଥା ଉପରୁ ହଟିଛି ପରଦା। କରଣ ଏହି ଶୋ’ରେ ଯୋଗ ଦେବେ ନା ନାହିଁ ତାହାର ଖୁଲାସା କରିଛନ୍ତି କରଣଙ୍କ ପତ୍ନୀ ତଥା ଅଭିନେତ୍ରୀ ଅଙ୍କିତା ଭାର୍ଗବା।
ତେବେ ସୋସିଆଲ ମିଡିଆରେ ରିଆଲିଟି ଶୋ ବିଗ ବସରେ କରଣଙ୍କ ଯୋଗ ଦେବା ନେଇ ବିଭିନ୍ନ ୟୁଜର୍ସ ଭିନ୍ନ ଭିନ୍ନ କଥା ଲେଖି ପୋଷ୍ଟ କରୁଛନ୍ତି। ଏହି
ଏହି ସମୟରେ କରଣ ପତ୍ନୀ ଅଙ୍କିତା ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ଯାହା ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟରେ ଅଙ୍କିତା କରଣଙ୍କ ଶୋ’କୁ ଆସିବା ଖବର ଉପରେ ନୀରବତା ଭାଙ୍ଗିଛନ୍ତି। ଏହା ସହିତ ପ୍ରଶଂସକଙ୍କ ପାଇଁ ଏକ ସ୍ନେହଭରା ପୋଷ୍ଟ ମଧ୍ୟ ଲେଖାଯାଇଛି।
କରଣ ପଟେଲଙ୍କ ପତ୍ନୀ ଅଙ୍କିତା ତାଙ୍କ ଇନଷ୍ଟା ଷ୍ଟୋରୀରେ ଏହି ପୋଷ୍ଟ ସେୟାର କରିଛନ୍ତି। ଏଥିରେ ଅଙ୍କିତା କହିଛନ୍ତି ଯେ କରଣ ପଟେଲଙ୍କ ଶୋ’ରେ ଯୋଗଦେବାର ସମସ୍ତ ଖବର ଗୁଜବ। ଅଙ୍କିତା ଲେଖିଛନ୍ତି ଯେ କରଣଙ୍କର ବିଗ ବସ ଶୋ ରେ ଅଂଶ ଗ୍ରହଣ କରିବା ଖବର ଶୁଣି ଫ୍ୟାନ୍ସ ଖୁବ ଉତ୍ସାହ ଥିବେ। କିନ୍ତୁ ଏହା ଏକ ଗୁଜବ ଖବର। କରଣ ‘ବିଗ୍ ବସ୍ ୧୬’ରେ ଅଂଶ ଗ୍ରହଣ କରିନାହାଁନ୍ତି। କିନ୍ତୁ ଏହା ନିଶ୍ଚିତ ଯେ ଖୁବ୍ ଶୀଘ୍ର କିଛି ଭଲ ହେବାକୁ ଯାଉଛି।
କରଣ ପଟେଲଙ୍କ ପିଆର ମଧ୍ୟ ‘ବିଗ୍ ବସ୍ ୧୬’ରେ କରଣଙ୍କ ଅଂଶଗ୍ରହଣ ଖବରକୁ ଏକ ଗୁଜବ ବୋଲି କହିଛି।
Comments are closed.