ଭୁବନେଶ୍ୱର: ପୋଦିନା ପତ୍ରକୁ ଆମେ ସମସ୍ତେ ଖାଇବା ପାଇଁ ବ୍ୟବହାର କରିଥାଉ। ଖାଦ୍ୟର ଲୁକ ଓ ଟେଷ୍ଟ ବଢାଇବା ପାଇଁ ପୋଦିନା ପତ୍ରକୁ ବ୍ୟବହାର କରାଯାଇଥାଏ। କିନ୍ତୁ କଣ ଆପଣ ଜାଣନ୍ତି ଖାଦ୍ୟଛଡା ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ପୋଦିନକୁ ବ୍ୟବହାର କରାଯାଏ ! ଆମେ ଆଜି ଆପଣଙ୍କୁ କହିବୁ ପୋଦିନା କିପରି ବଢାଇବ ଆପଣଙ୍କ ସୌନ୍ଦର୍ଯ୍ୟ….
ପୋଦିନା ଟୋନର
ପୋଦିନା ପତ୍ରକୁ ପାଣିରେ ସିଝାଇ ଏହାର ପାଣିକୁ ରଖନ୍ତୁ। ଏହି ଟୋନରକୁ ଆପଣ ମୁହଁ ସଫା କରିବାରେ ମଧ୍ୟ ବ୍ୟବହାର କରିପାରିବେ। ପ୍ରତିଦିନ ଏହାର ବ୍ୟବହାର କରିବା ତ୍ୱଚାକୁ ଫାଇଦା ଦେଇଥାଏ। ଯାହାଦ୍ୱାରା ମୁହଁର ଅନେକ ସମସ୍ୟା ଦୂର ହୋଇଥାଏ।
ପୋଦିନା ଏବଂ ମହୁ:
ପୋଦିନାର ପେଷ୍ଟ ତିଆରି କରି ଏଥିରେ ମହୁ ମିଶାନ୍ତୁ। ଏହି ପେଷ୍ଟକୁ ବ୍ରଣ ଚାରିପଟେ ଲଗାଇବା ସହ ମୁହର ଚାରିଆଡେ ଲଗାଇ ୩୦ ମିନିଟ ପର୍ଯ୍ୟନ୍ତ ଛାଡିଦିଅନ୍ତୁ। ଏବେ ଅଳ୍ପ ଉଷୁମ ପାଣିରେ ଏହାକୁ ଧୋଇ ଦେଇ ମଶ୍ଚରାଇଜର ଲଗାଇ ଦିଅନ୍ତୁ। ଏହି ପଦ୍ଧତିକୁ ସପ୍ତାହକୁ ଅତି କମ୍ରେ ୨-୩ରୁ ଥର ବ୍ୟବହାର କରନ୍ତୁ।
ପୋଦିନା ଏବଂ ଓଟସ୍:
ପୋଦିନା ଏବଂ ଓଟସ୍କୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିନିଅନ୍ତୁ। ଏବେ ଏହି ପେଷ୍ଟକୁ ତ୍ୱଚାରେ ୨୦ ମିନିଟ ପର୍ଯ୍ୟନ୍ତ ଲଗାଇ ଛାଡିଦିଅନ୍ତୁ। ଏହା ଶୁଖିଯିବା ପରେ ଅଳ୍ପ ଉଷୁମ ପାଣିରେ ଧୋଇଦିଅନ୍ତୁ। ସପ୍ତାହକୁ ଏହି ପ୍ୟାକକୁ ୨ରୁ ୩ ଥର ବ୍ୟବହାର କରନ୍ତୁ।
ମିଣ୍ଟ ଆଇସ ବ୍ଲକ୍ସ:
ପୋଦିନା ପତ୍ରକୁ ସିଝାଇ ଏହାକୁ ଆଇସ ଟ୍ରେରେ ରଖିଦିଅନ୍ତୁ। ଏବେ ଏହି ଆଇସ ଖଣ୍ଡକୁ ମୁହଁରେ ଘଷନ୍ତୁ। ଏହାଦ୍ୱାରା ଆପଣଙ୍କ ମୃତକୋଷିକା ସମାପ୍ତ ହେବା ସହ ବ୍ରଣ ସମସ୍ୟା ମଧ୍ୟ ଦୂର ହେବ।