ନୂଆଦିଲ୍ଲୀ: ପୁରାଣ ଏବଂ ଧାର୍ମିକ ବିଶ୍ୱାସ ଅନୁଯାୟୀ ଦେଶରେ ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ଅଛନ୍ତି । ଯଦି ଆପଣ ଦ୍ବାଦଶ ଜ୍ୟୋତିର୍ଲିଙ୍ଗଙ୍କ ଦର୍ଶନ କରିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ମହାରାଷ୍ଟ୍ରରୁ ଯାତ୍ରା ଆରମ୍ଭ କରନ୍ତୁ | ମହାରାଷ୍ଟ୍ରରେ ସର୍ବାଧିକ ସଂଖ୍ୟକ ଜ୍ୟୋତିର୍ଲିଙ୍ଗ ଅଛନ୍ତି । ଏହି ରାଜ୍ୟରେ ତିନୋଟି ଜ୍ୟୋତିର୍ଲିଙ୍ଗ ଅଛନ୍ତି | ଆସନ୍ତୁ ମହାରାଷ୍ଟ୍ରର ଜ୍ୟୋତିର୍ଲିଙ୍ଗ ବିଷୟରେ ଜାଣିବା ।
ମହାରାଷ୍ଟ୍ରର ତ୍ର୍ୟମ୍ବକେଶ୍ବର ଜ୍ୟୋତିର୍ଲିଙ୍ଗ
ମହାରାଷ୍ଟ୍ରର ନାସିକ ଜିଲ୍ଲା ଠାରୁ ୩୦କିଲୋମିଟର ଦୂରରେ ତ୍ର୍ୟମ୍ବକେଶ୍ବର ଜ୍ୟୋତିର୍ଲିଙ୍ଗ ଅବସ୍ଥିତ | ଏଠାରେ ପବିତ୍ର ଗୋଦାବରୀ ନଦୀ ଉତ୍ପନ୍ନ ହୋଇଛି। ଏହି ମନ୍ଦିର ଗୋଦାବରୀ ନଦୀ କୂଳରେ କଳା ପଥରରେ ନିର୍ମିତ | ମାନ୍ୟତା ଅଛି ଯେ ଗୌତମ ଋଷି ଓ ଗୋଦାବରୀରଙ୍କ ଆହ୍ବାନରେ ଭଗବାନ ଶିବ ଏହି ସ୍ଥାନରେ ନିବାସ କରିବାକୁ ନିଶ୍ଚୟ କରିଥିଲେ । ସେବେଠାରୁ ସେହିସ୍ଥାନରେ ମହାଦେବ ବାସ କରୁଛନ୍ତି ।
ଭୀମାଶଙ୍କର ଜ୍ୟୋତିର୍ଲିଙ୍ଗ
ଭୀମାଶଙ୍କର ଜ୍ୟୋତିର୍ଲିଙ୍ଗ ନାସିକ ଠାରୁ ୧୨୦ ଦୂରରେ ଅବସ୍ଥିତ | ଏହି ମନ୍ଦିର ସହ୍ୟାଦ୍ରି ପର୍ବତରେ ଅବସ୍ଥିତ । ଭୀମାଶଙ୍କର ଜ୍ୟୋତିର୍ଲିଙ୍ଗ ମୋଟେଶ୍ୱର ମହାଦେବଙ୍କ ନାମରେ ମଧ୍ୟ ଜଣାଶୁଣା | ଏଠାରେ ଶିବଲିଙ୍ଗର ଆକାର ବହୁତ ମୋଟା, ତେଣୁ ମୋଟେଶ୍ୱର ମହାଦେବ କୁହାଯାଏ | ଏହି ମନ୍ଦିର ନିକଟରେ ଏକ ନଦୀ ପ୍ରବାହିତ ହେଉଛି ଯାହାର ନାମ ଭୀମା ନଦୀ | ଶିବ ପୁରାଣ ଅନୁଯାୟୀ, ଏଠାରେ ରାକ୍ଷସ ଭୀମା ଏବଂ ଭଗବାନ ଶଙ୍କରଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା। ଏଥିରେ ଶିବଙ୍କ ଶରୀରରୁ ନିର୍ଗତ ଝାଳ ବୁନ୍ଦାରୁ ଭୀମା ନଦୀ ସୃଷ୍ଟି ହୋଇଥିଲା | ଶିବ ପୁରାଣରେ ଉଲ୍ଲେଖ କରାଯାଇଛି ଯେ, ଯିଏ ଭୀମାଶଙ୍କର ଜ୍ୟୋତିର୍ଲିଙ୍ଗରେ ସୂର୍ଯ୍ୟୋଦୟ ପରେ ହୃଦୟରୁ ମହାଦେବଙ୍କୁ ପୂଜା କରେ, ସେ ସମସ୍ତ ପାପରୁ ମୁକ୍ତି ପାଇଥାଏ ।
ଘୃଷ୍ଣେଶ୍ୱର ଜ୍ୟୋତିର୍ଲିଙ୍ଗ
ନାସିକରୁ ଘୃଷ୍ଣେଶ୍ୱର ଜ୍ୟୋତିର୍ଲିଙ୍ଗ ମନ୍ଦିରର ଦୂରତା ୧୭୧ କିଲୋମିଟର | ଅଉରଙ୍ଗାବାଦ-ଦୌଲତାବାଦ ନିକଟରେ ଘୃଷ୍ଣେଶ୍ୱର ଜ୍ୟୋତିର୍ଲିଙ୍ଗ ଅବସ୍ଥିତ । ଭଗବାନ ଶିବଙ୍କ ଦ୍ବାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ ଏହା ହେଉଛି ଶେଷ ଜ୍ୟୋତିର୍ଲିଙ୍ଗ | ଏହି ଜ୍ୟୋତିର୍ଲିଙ୍ଗକୁ ଘୁଷମେଶ୍ୱର ମଧ୍ୟ କୁହାଯାଏ |ଆଦି ଶଙ୍କରାଚାର୍ଯ୍ୟ କହିଥିଲେ ଯେ କଳିଯୁଗରେ କେବଳ ଏହି ଜ୍ୟୋତିର୍ଲିଙ୍ଗଙ୍କୁ ସ୍ମରଣ କରିଦେବା ମାତ୍ରେ ରୋଗ, ଦୋଷ ଏବଂ ଦୁଃଖରୁ ମୁକ୍ତି ମିଳିଥାଏ।