Latest Odisha News

BREAKING NEWS

ଗୋଟିଏ ବରକୁ ବାହା ହେବେ ୨ ଯାଆଁଳା ଭଉଣୀ!

ପର୍ଥ: ଗୋଟିଏ ବରକୁ ବାହା ହେବେ ଦୁଇ ଯାଆଁଳା ଭଉଣୀ। ଏକା ମନ ଏକା ରୂପ ପରି ଏଭଳି ଏକ ବିଚିତ୍ର ଘଟଣା ଘଟିଛି ଅଷ୍ଟ୍ରେଲିଆର ପର୍ଥରେ। ଦୁଇ ଯାଆଁଳା ଭଉଣୀ ସେମାନଙ୍କ ପ୍ରେମିକା ବେନ୍ ବାଇରେନ୍‌ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି ୨ ଭଉଣୀଙ୍କ ବୟସ ୩୫ ବର୍ଷ। ଏଇ ଯାଆଁଳା ୨ ଭଉଣୀ ହେଉଛନ୍ତି ଆନ୍ନା ଏବଂ ଲୁସି।

ରିପୋର୍ଟ ଅନୁଯାୟୀ, ଆନ୍ନା ଏବଂ ଲୁସି ୨୦୧୨ ମସିହାରୁ ବେନ୍‌ଙ୍କ ସହ ଡେଟ୍ କରୁଛନ୍ତି। ୩୭ ବର୍ଷୀୟ ବେନ୍ ବୃତ୍ତିରେ ଜଣେ ଇଲେକ୍ଟଅସିଆନ।

ପ୍ରେମିକ ବେନ୍‌ ଦୁଇ ଯାଆଁଳା ଭଉଣୀଙ୍କୁ ଗୋଟିଏ ପାର୍କକୁ ନେଇଯାଇଥିଲେ। ସେଠାରେ ଏକା ପ୍ରକାରର ନିର୍ବନ୍ଧ ମୁଦି ସହ ଦୁଇ ଭଉଣୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଏହାପରେ ଦୁହଁଙ୍କୁ ମୁଦି ପିନ୍ଧାଇଥିଲେ ବେନ୍‌।

ଏହାପରେ ଦୁହିଁଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ ବେନ୍‌। ଖୁବ୍‌ ଶୀଘ୍ର ସେମାନେ ବିବାହ ମଧ୍ୟ କରିବେ ବୋଲି କହିଛନ୍ତି ବେନ୍‌।

Leave A Reply

Your email address will not be published.