Latest Odisha News

‘କଲଙ୍କ୍’ ଟିଜର ରିଲିଜକୁ ଅପେକ୍ଷା, ଟ୍ୱିଟ୍ କରି ଜଣାଇଲେ ଆଲିଆ ଭଟ୍ଟ…

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ଼ ନିର୍ମାତା ସାଜିଦ୍ ନାଡ଼ିଆଦୱାଲା ଓ କରନ ଜୋହରଙ୍କ ନିର୍ମିତ ବହୁ ପ୍ରତୀକ୍ଷିତ ଫିଲ୍ମ ‘କଲଙ୍କ୍’ର ଇତିମଧ୍ୟରେ ପୋଷ୍ଟର୍ ରିଲିଜ୍ ହୋଇଛି । ମାତ୍ର ମାର୍ଚ୍ଚ ୧୨ ତାରିଖରେ ଟିଜର୍ ରିଲିଜ ହେବା ନେଇ ଫିଲ୍ମର ଲିଡ଼ିଂ ରୋଲରେ ଥିବା କ୍ୟୁଟ୍ ଆକ୍ଟ୍ରେସ୍ ଆଲିଆ ଭଟ୍ଟ ଟ୍ୱିଟ୍ଟ୍ କରି ତାଙ୍କର ଅସଂଖ୍ୟ ଫ୍ୟାନଙ୍କୁ ଜଣାଇଛନ୍ତି ।

ଆସନ୍ତା ଏପ୍ରିଲ୍ ୧୭ ତାରିଖରେ ରିଲିଜ୍ ହେବାକୁ ଥିବା ଏହି ହିନ୍ଦି ସିନେମା ‘କଲଙ୍କ୍’ରେ ତିନି ଜଣ ଆକ୍ଟର୍ ଓ ତିନି ଜଣ ଆକ୍ଟ୍ରେସ ରହିଛନ୍ତି ।


ଅଭିଷେକ ବର୍ମନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ମାଧୁରୀ ଦିକ୍ଷିତ, ସୋନାକ୍ଷୀ ସିହ୍ନାଙ୍କ ପରି ଆଗଧାଡ଼ିର ଆକ୍ଟ୍ରେସ୍ ରହିଥିବା ବେଳେ ବରୁଣ ଧାୱନ, ଆଦିତ୍ୟ ରାଏ କପୁର ଏବଂ ସଞ୍ଜୟ ଦତ୍ତଙ୍କ ପରି ପୋଖତ ବଲିଉଡ଼ ଆକ୍ଟର୍ ଅଭିନୟ କରିଛନ୍ତି । ନାରୀ ଜୀବନରେ ଘଟୁଥିବା ଅକଥନୀୟ ଯନ୍ତ୍ରଣାକୁ ନେଇ ଏହି ଫିଲ୍ମଟି ନିର୍ମିତ ହୋଇଛି ।

ପ୍ରାୟ ୧୫ ବର୍ଷ ପୂର୍ବରୁ ଶ୍ରୀଦେବୀଙ୍କୁ ନେଇ ଏହି ‘କଲଙ୍କ୍’ ଫିଲ୍ମ ନିର୍ମାଣ କରିବାକୁ ନିର୍ମାତା କରଣ ଜୋହର୍ ଚିନ୍ତା କରିଥିଲେ । ତେବେ ଶ୍ରୀଦେବୀଙ୍କ ଅକସ୍ମାତ ମୃତ୍ୟୁ ପରେ ତାଙ୍କ ବଦଳରେ ଭେଟେରାନ୍ ବଲିଉଡ଼ ଆକ୍ଟ୍ରେସ ମାଧୁରୀ ଦିକ୍ଷିତଙ୍କୁ ନେଇଛନ୍ତି କରଣ । ଏହି ଫିଲ୍ମରେ ଅନେକ ବର୍ଷ ପରେ ମାଧୁରୀ ଓ ସଞ୍ଜୟ ଦତ୍ତଙ୍କୁ ଏକାଠି ଅଭିନୟ କରିବା ଦେଖିବାକୁ ମିଳିବ ।

ବଲିଉଡ଼ ସୁନ୍ଦରୀ ଆଲିୟା ଭଟ୍ଟ ଏବଂ ସୁନୟନା ସୋନାକ୍ଷୀ ସିହ୍ନାଙ୍କ ରୋମାଞ୍ଚଭରା ଅଭିନୟ ସାଙ୍ଗକୁ ବରୁଣ ଧାୱନଙ୍କ ରୋମାନ୍ସ ଦେଖିବାକୁ ଫ୍ୟାନମାନେ କେବଳ ଫିଲ୍ମର ରିଲିଜିଂ ଡ଼େଟକୁ ପ୍ରତୀକ୍ଷା କରିଛନ୍ତି ।

ପ୍ରାୟ ୮୦ କୋଟି ଟଙ୍କା ବ୍ୟୟରେ ଧର୍ମା ପ୍ରଡ଼କ୍ସନ ଦ୍ୱାରା ନିର୍ମିତ ଏହି ହିନ୍ଦୀ ସିନେମାର କାହାଣୀ ଲେଖିଛନ୍ତି ମଧ୍ୟ ନିଜେ ନିର୍ଦ୍ଦେଶକ ଅଭିଷେକ ବର୍ମନ ।

Leave A Reply

Your email address will not be published.