Latest Odisha News

BREAKING NEWS

ଟ୍ୱିଙ୍କଲ୍‌ଙ୍କ ଯୋଗୁ ଏହି ଅତିଥିଙ୍କୁ ମିଳିଲା ନୂଆ ଘର

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଟ୍ୱିଙ୍କଲ ଖାନ୍ନା ସକ୍ରିୟ ରହିଛନ୍ତି। ସୋସିଆଲ ମିଡିଆରେ ସେ ତାଙ୍କ ପ୍ରଶଂସକଙ୍କ ସହ ପ୍ରତି ମୁହୂର୍ତ୍ତ ସେୟାର କରନ୍ତି। ନିକଟରେ ଟ୍ୱିଙ୍କଲ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଅନେକ କୁକୁର ଦେଖିବାକୁ ମିଳିଛି। ଏହି ଭିଡିଓରେ କୁକୁରମାନେ ଖେଳୁଥିବା ଦେଖିବାକୁ ମିଳିଛି। ଟ୍ୱିଙ୍କଲଙ୍କ ଏହି ଭିଡିଓକୁ ତାଙ୍କ ପ୍ରଶଂସକମାନେ ବେଶ୍‌ ପସନ୍ଦ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ସେ ନିଜ ଭିଡିଓ ଇନଷ୍ଟାଗ୍ରାମରେ ଟ୍ୱିଟରରେ ସେୟାର କରିଛନ୍ତି।

ଭିଡିଓ ପୋଷ୍ଟ କରିବାବେଳେ ଟ୍ୱିଙ୍କଲ ଲେଖିଛନ୍ତି, “ବାରଣ୍ଡାରେ ପୁଣି ଥରେ ଅତିଥିମାନଙ୍କର ଏକ ଦଳ ଅଛି। ଏହା ଆମ ଘରେ ଏକ ଭାଗ୍ୟବାନ ସ୍ଥାନ ପରି ମନେହୁଏ, କାରଣ ସମସ୍ତ ପ୍ରକାର ପ୍ରାଣୀ ଏଠାକୁ ଆସନ୍ତି, କିଛି ଜଳପାନ କରନ୍ତି ଏବଂ ପୁଣି ଫେରି ଯାଆନ୍ତି। ଭଲ କାମ ପାଇଁ ସୋସିଆଲ ମିଡିଆ ମଧ୍ୟ ବ୍ୟବହାର କରାଯାଇପାରିବ। ଏହି ଭିଡିଓ ସେୟାର କରିବାର ୧୦ ମିନିଟ ପରେ, ମୁଁ କଲ ପାଇବା ଆରମ୍ଭ କଲି। ଆଉ କେହି ଜଣେ ଏହି କୁକୂରଙ୍କ ମଧ୍ୟରୁ ଦୁଇଟି ପୋଷ୍ୟ କୁକୁର ଗ୍ରହଣ କରିଛନ୍ତି।

ଟ୍ୱିଙ୍କଲଙ୍କ ଏହି ପୋଷ୍ଟରେ ତାଙ୍କ ପ୍ରଶଂସକମାନେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଟ୍ୱିଙ୍କଲଙ୍କ ଏହି ଭିଡିଓ ଅନେକ ଥର ଦେଖିବାକୁ ମିଳିଛି।

Leave A Reply

Your email address will not be published.