Latest Odisha News

BREAKING NEWS

ଦିଦିଙ୍କ ବଡ଼ ଘୋଷଣା: ପଶ୍ଚିମବଙ୍ଗରେ ଲୋକଙ୍କୁ ମାଗଣାରେ କୋଭିଡ୍ ଭ୍ୟାକସିନ୍

କୋଲକାତା: ଚଳିତବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ରହିଛି । ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ତୀବ୍ର ହୋଇଛି ରାଜନୈତିକ ବୟାନବାଜି । ଏହାରି ଭିତରେ ବଡ଼ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ । ଲୋକଙ୍କୁ ମାଗଣାରେ କୋଭିଡ୍ ଟିକା ଦେବାକୁ ବଡ଼ ଘୋଷଣା କରିଛନ୍ତି ।

ମମତା ବାନାର୍ଜୀ କହିଛନ୍ତି, ରାଜ୍ୟରେ ଟିକା ଆବଶ୍ୟକ କରୁଥିବା ସବୁ ଲୋକଙ୍କୁ ସରକାର ମାଗଣାରେ କୋଭିଡ୍ ଟିକା ଦେବେ । ଏନେଇ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି । ଆସନ୍ତା ୧୬ ତାରିଖରୁ ଦେଶବ୍ୟାପୀ କରୋନା ଟିକାକରଣ ଆରମ୍ଭ ହେବ । ଆଗକୁ ନିର୍ବାଚନ ଥିବା ବେଳେ ତାପୂର୍ବରୁ ଦିଦିଙ୍କ ଏହି ବଡ଼ ଘୋଷଣାକୁ ନେଇ ଏବେ ଚର୍ଚ୍ଚା ।

୨୯୪ ବିଧାନସଭା ବିଶିଷ୍ଟ ପଶ୍ଚିମବଙ୍ଗରେ ଆସନ୍ତା ଏପ୍ରିଲ-ମେ ମାସରେ ନିର୍ବାଚନ ହେବ । ଏବେଠାରୁ ପଶ୍ଚିମବଙ୍ଗ ରାଜନୈତିକ ମୈଦାନ କମ୍ପିଲାଣି । କ୍ଷମତା ଦଖଲ ପାଇଁ ବିଜେପି ଅଣ୍ଟା ଭିଡିଥିବା ବେଳେ ଶାସନ ଡୋରି ପୁଣି ଥରେ ନିଜ ହାତରେ ରଖିବାକୁ ରଣନୀତି କରୁଛି ଟିଏମସି ।

Leave A Reply

Your email address will not be published.