Latest Odisha News

BREAKING NEWS

ଚାକିରି ଦେବା ନାଁରେ ଗଣଦୁଷ୍କର୍ମ ମାମଲାରେ ଟ୍ୱିଷ୍ଟ; ଗଣଦୁଷ୍କର୍ମ ଘଟଣା ଏକ ନାଟକ ଥିଲା

ମୟୂରଭଞ୍ଜ: ଚାକିରି କରାଇଦେବାକୁ କହି ଯୁବତୀଙ୍କୁ ଘରୁ ଆଣି ଗଣଦୁଷ୍କର୍ମ କରାଯାଇଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା,ତାହା ଏକ ନାଟକ ଥିଲା । ପୋଲିସ ତଦନ୍ତରେ ଖୋଲିଗଲା ଗୁମର । ସୂଚନା ଅନୁସାରେ ଯୁବତୀଙ୍କ ସମ୍ପର୍କୀୟ ଜେଲରୁ ରଚିଥିଲେ କାହାଣୀର ବ୍ଲୁପ୍ରିଣ୍ଟ । ଏହା ପଛର କାରଣ ଥିଲା, ଗଣଦୁଷ୍କର୍ମ ମାମଲାରେ ଅଟକ ହୋଇଥିବା ଯୁବକଙ୍କୁ ଜେଲ୍ ପଠାଇବା। ତଦନ୍ତ ପରେ ସୂଚନା ଦେଇଛନ୍ତି ଉଦଳା ଉପଖଣ୍ଡ ପୋଲିସ ଅଧିକାରୀ ।

ପୋଲିସର ସୂଚନା ଅନୁସାରେ, ଯୁବତୀଙ୍କର ଜଣେ ସମ୍ପର୍କୀୟ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ତାଙ୍କ ଗିରଫ ହେବା ପଛରେ ରହିଛନ୍ତି ବର୍ତ୍ତମାନ ଦୁଷ୍କର୍ମ ମାମଲାରେ ଅଟକ ଥିବା ଯୁବକ ଜଣକ। ଉକ୍ତ ଯୁବକଙ୍କଠାରୁ ପ୍ରତିଶୋଧ ନେବା ପାଇଁ ଯୁବତୀଙ୍କୁ ସମ୍ପର୍କୀୟ ଏଭଳି ଷଡ଼ଯନ୍ତ୍ର ରଚିଥିଲେ।

ସେପଟେ ଘଟଣା ବାବଦରେ ମୁହଁ ଫିଟାଇ ନାହାନ୍ତି ଯୁବତୀ ।

ସୂଚନାଥାଉକି, ଚାକିରି ଦେବା ନାଁରେ ଯୁବତୀଙ୍କୁ ଘରୁ ଡାକି ନେଇ ୫ ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଶନିବାର ଥାନାରେ ମାମଲା ରୁଜୁ ହୋଇଥିଲା । ଘଟଣାରେ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଯୁବତୀ ଜଣକ ବାଙ୍ଗିରିପୋଷି ଥାନା ଅଞ୍ଚଳର ହୋଇଥିବା ସୂଚନା ରହିଛି ।

 

Comments are closed.