କାବୁଲ: ଆମେରିକାର ମାଇକ୍ରୋ ବ୍ଲଗିଂ ଏବଂ ସୋସିଆଲ୍ ନେଟୱାର୍କିଂ ପ୍ଲାଟଫର୍ମ ଟ୍ୱିଟର ବିଭିନ୍ନ ଆଫଗାନିସ୍ତାନ ସରକାରୀ ମନ୍ତ୍ରଣାଳୟର ମନ୍ତ୍ରୀଙ୍କ ଆକାଉଣ୍ଟରୁ ଯାଞ୍ଚ ହୋଇଥିବା ବ୍ଲୁ ବ୍ୟାଜଗୁଡ଼ିକୁ ହଟାଇ ଦେଇଛି ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି।
ରିପୋର୍ଟ ଅନୁଯାୟୀ ବୈଦେଶିକ ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ, ରାଷ୍ଟ୍ରପତି ଭବନ ଏବଂ ଜାତୀୟ କ୍ରୟ ପ୍ରାଧିକରଣର ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ବ୍ୟାଜ୍ ହଟାଇ ଦିଆଯାଇଛି।
ଆମେରିକା ସେନା ପ୍ରତ୍ୟାହାର ପରେ ତାଲିବାନ କାବୁଲକୁ କାବୁ କରିନେଇବାର ଏକ ମାସ ବିତିଗଲାଣି।
ରିପୋର୍ଟ ଅନୁଯାୟୀ, ଘନିଙ୍କ ଶାସନ ପତନ ପରେ ଏହି ଟ୍ୱିଟର ଆକାଉଣ୍ଟରେ କୌଣସି ପୋଷ୍ଟ ସେୟାର କରାଯାଇ ନାହିଁ।
Comments are closed.