Latest Odisha News

ଟ୍ୱିଟରରେ ହେବ ପେମେଣ୍ଟ; ଅନ୍ୟକୁ ପଠାଇ ପାରିବେ ଟଙ୍କା !

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଙ୍ଗ ସାଇଟ ମଧ୍ୟ ଦୁନିଆଁ ର ସବୁଠୁ ବଡ଼ ସୋସିଆଲ ମିଡିଆ ସାଇଟ ଫେସବୁକର ରାସ୍ତାରେ ଚାଲିବାକୁ ଯାଉଛି |

ଟ୍ୱିଟର ମଧ୍ୟ ଗୁଗୁଲ ଓ ଫେସବୁକ ପରି ନିଜର ପେମେଣ୍ଟ ସିଷ୍ଟମ ଆଣିବାକୁ ପ୍ରସ୍ତୁତି ଚଳାଇଛି | ହେଲେ ଟ୍ୱିଟର ଅଫିସିଆଲ ଭାବେ ଏ ସମ୍ପର୍କରେ କିଛି କହିନି |

ଇଂରାଜୀ ୱେବ ସାଇଟ ‘ଦ ଇନ୍ଫୋରମେଶନ’ ଅନୁସାରେ ଟ୍ୱିଟର ନିଜର ପେମେଣ୍ଟ ସିଷ୍ଟମ ତିଆରି କରୁଛି ଓ ଏହି ପ୍ରୋଜେକ୍ଟ ଉପରେ ଜୋରସୋରେ ସହ କାମ ଚାଲିଛି | ପେମେଣ୍ଟ ଫିଚର୍ସ ଆସିବାପରେ ୟୁଜର୍ସ ଜଣେ ଅନ୍ୟ ଜଣେଙ୍କୁ ଟଙ୍କା ପଠାଇ ପାରିବେ ଓ ଟ୍ୱିଟର ର ଏହି ପେମେଣ୍ଟ ସିଷ୍ଟମ ର ନା ‘ଟିପିଙ୍ଗ ରଖାଯିବ ବୋଲି ସୂଚନା ମିଳୁଛି |

ଟ୍ୱିଟରର ପେମେଣ୍ଟ ଫିଚର୍ସ କମ୍ପାନୀ ର ସିଇଓ ଜ୍ୟାକ ଡାସି ର ଦ୍ୱିତୀୟ କମ୍ପାନୀ ସ୍କୋୟାର ସହିତ କାମ କରିବ | ସୂଚନାଯୋଗ୍ୟ ଯେ ଜ୍ୟାକ ଡାସିଙ୍କ ସ୍କୋୟାର କମ୍ପାନୀ ଫାଇନାନ୍ସସିଆଲ ସର୍ଭିସ ଦେଉଛି | ସ୍କୋୟାର ସାନ ଫ୍ରାନ୍ସିସ୍କୋ ରେ ମୋବାଇଲ ପେମେଣ୍ଟ ସେବା ମଧ୍ୟ ଦେଉଛି | କୁହାଯାଉଛି ଯେ ଟ୍ୱିଟର ର ଏହି ପେମେଣ୍ଟ ଫିଚର୍ସ ବିଟକଏନ ପାଇଁ ହେବ | ମନେ ୟୁଜର୍ସ କେବେଳ ବିଟକଏନରେ କେବଳ ପେମେଣ୍ଟ ହେବ |

ନ୍ୟୁଜବିଟିଏସ ମଧ୍ୟ ନିଜର ରିପୋର୍ଟ ରେ କହିଛିଯେ ଟ୍ୱିଟର ଙ୍କ ସିଇଓ ବିଶ୍ଵାସ କରୁଛନ୍ତି ଯେ ବିଟକଏନ ଭବିଷ୍ୟତ ରେ ଇଣ୍ଟରନେଟ କରେନ୍ସି ହେବ | ଜ୍ୟାକଙ୍କ କମ୍ପାନୀ ସ୍କୋୟାର କ୍ରିପ୍ଟ ପେମେଣ୍ଟ ରେ କାମ ମଧ୍ୟ କରୁଛି | ରିପୋର୍ଟରେ କୁହାଯାଇଛି ଯେ ବିଟକଏନ ମାଇକ୍ରୋ ପେମେଣ୍ଟ ସେଲ୍ୟୁସନ ଲାଇଟନିଂ ନେଟୱର୍କ ରେ ମୁଖ୍ୟ ନିବେଶକ ଅଟେ |

 

Comments are closed.