Latest Odisha News

BREAKING NEWS

ବଦଳିଲେ ଟ୍ୱିଟର ସିଇଓ, ବଦଳିଲା ନିୟମ

ବଦଳିଲେ ଟ୍ୱିଟର ସିଇଓ, ବଦଳିଲା ନିୟମ  । ପରାଗ ଅଗ୍ରୱାଲ ସିଇଓ ହେବା ମାତ୍ରେ ଆକ୍ସନ ମୋଡକୁ ଆସିଛି ଟ୍ୱିଟର । ଟ୍ୱିଟର ମଙ୍ଗଳବାର ନୂଆ ନିୟମ ଆରମ୍ଭ କରିଛି ।  ଯାହା ୟୁଜର୍ସଙ୍କୁ ସେମାନଙ୍କ ସହମତି ବିନା ଅନ୍ୟମାନଙ୍କ ବ୍ୟକ୍ତିଗତ ଫଟୋ କିମ୍ବା ଭିଡିଓ ସେୟାର କରିବାକୁ ବାରଣ କରିଛି ।

ୟୁଜର୍ସଙ୍କ ଅପିଲ କ୍ରମେ ଏବଂ ସ୍ୱଚ୍ଛତା ପାଇଁ ଟ୍ୱିଟର ନିଜ ନେଟୱାର୍କ ନୀତିକୁ କଠୋର କରିଛନ୍ତି । ନୂତନ ନିୟମ ଅନୁଯାୟୀ, ଯେଉଁମାନେ ପବ୍ଲିକ୍ ଫିଗର ନୁହଁନ୍ତି ସେମାନେ ବିନା ଅନୁମତିରେ ପୋଷ୍ଟ ହୋଇଥିବା ଫଟୋ କିମ୍ବା ଭିଡିଓ ଡିଲିଟ କରିବାକୁ ଟ୍ୱିଟରକୁ ଅପିଲ କରିପାରିବେ । ଯାହା ତୁରନ୍ତ କାର୍ଯ୍ୟକ୍ଷମ ହେବ ।

ଏହାସହ ଟ୍ୱିଟର ଉପଭୋକ୍ତାଙ୍କୁ ଅନ୍ୟ ଲୋକଙ୍କ ବ୍ୟକ୍ତିଗତ ସୂଚନା ଅଂଶୀଦାର ସେୟାର କରିବାକୁ ନିଷେଧ କରିଛି, ଯେପରିକି ସେମାନଙ୍କର ଠିକଣା କିମ୍ୱା, ପରିଚୟ ଡକ୍ୟୁମେଣ୍ଟ, ଅଣ-ସାର୍ବଜନୀନ ସମ୍ପର୍କ ସୂଚନା, ଆର୍ଥିକ ସୂଚନା, କିମ୍ୱା ଡାକ୍ତରୀ ଡାଟା ।

ଉପଭୋକ୍ତାମାନେ ବିନା ଅନୁମତିରେ ଅନ୍ୟ ଉପଭୋକ୍ତାଙ୍କ ଫଟୋ ଏବଂ ଭିଡିଓ ପ୍ରେରଣ କରୁଥିଲେ, ଯାହାକୁ ନେଇ ଅନେକ ସମୟରେ ବିବାଦ ସୃଷ୍ଟି ହେଉଥିଲା । କମ୍ପାନୀର ନିଷ୍ପତ୍ତି କାହାରି ବ୍ୟକ୍ତିତ୍ୱ ବିରୋଧୀ ନୀତିକୁ ଆହୁରି ମଜବୁତ କରିବା ସହ ମହିଳା ଉପଭୋକ୍ତାଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ବୋଲି ଟ୍ୱିଟର ପକ୍ଷରୁ କୁହାଯାଇଛି ।।

Leave A Reply

Your email address will not be published.